ରାଜ୍ୟରେ ନାହିଁ ବନ୍ୟା ସ୍ଥିତି : ଏସ୍‌ଆର୍‌ସି

ଭୁବନେଶ୍ୱର: ରାଜ୍ୟରେ ନାହିଁ ବନ୍ୟା ସ୍ଥିତି l ଏନେଇ ସୂଚନା ଦେଇଛନ୍ତି ଏସ୍‌ଆର୍‌ସି l ଆଜି ରାଜ୍ୟରେ ଲଗାଣ ବର୍ଷାର ସ୍ଥିତି ନେଇ ସମୀକ୍ଷା ବୈଠକ ବସିଥିଲା । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବସିଥିଲା ଏହି ସମୀକ୍ଷା ବୈଠକ। ବୈଠକରେ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ମଧ୍ୟ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଏସଆରସି ଦେଓରଞ୍ଜନ କୁମାର ସିଂ କହିଛନ୍ତି ଯେ, ଲଗାଣ ବର୍ଷା ଯୋଗୁଁ ଫୋକସରେ ମାଲକାନଗିରି ଜିଲ୍ଲା ରହିଛି l ମାଲକାନଗିରିରେ ପ୍ରବଳ ବର୍ଷା ହୋଇଛି ତେଣୁ ଗମନାଗମନ ମଧ୍ୟ ପ୍ରଭାବିତ ହୋଇଛି l

ଏସଆରସି ଦେଓରଞ୍ଜନ କୁମାର ସିଂ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ଷା ଲାଗିରହିବାରୁ ତଳିଆ ଅଞ୍ଚଳରେ ପାଣି ପଶିଛି l ମାଲକାନଗିରି ଓ କାଲିମେଳା ବ୍ଲକ ଅଧିକ ପ୍ରଭାବିତ ହୋଇଛି l ତେଣୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଓଡ୍ରାଫ ଟିମ୍ ମୁତୟନ କରାଯାଇଛି l ତେବେ ଆସନ୍ତାକାଲି ବି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାରୁ ଆମେ ସଜାଗ ଅଛୁ ବୋଲି କହିଛନ୍ତି ଏସଆରସି ଦେଓରଞ୍ଜନ କୁମାର ସିଂ l

ସୂଚନାଯୋଗ୍ୟ ଯେ, ଲଘୁଚାପ ଜନିତ ଲଗାଣ ବର୍ଷରେ ମାଲକାନଗିରି ଜିଲ୍ଲାରେ ଗତକାଲିଠୁ ଜଳ ପ୍ରଳୟ ସ୍ଥିତି ଉପୁଜିଛି। ନଦୀ ଫୁଲୁଥିବାରୁ କିଛି ତଳିଆ ଅଞ୍ଚଳରେ ପାଣି ପଶିଛି। ମାଲକାନଗିରିର କାଙ୍ଗୁରୁକୁଣ୍ଡା ପୋଲ, ଏମ୍ ଭି ୯୦ନଂ ପୋଲ ଓ କନ୍ୟା ଆଶ୍ରମ ପୋଲ ଉପରେ ୨ଫୁଟର ପାଣି ଚାଲିବାରୁ ଯାତାୟତ ଠପ୍‌ ହୋଇଛି । ସେହିପରି ପାଙ୍ଗମ, ଏମ୍‌ଭି ୭, ଏମ୍‌ଭି ୯୦ ଆଦି ଅନେକ ପୋଲରେ ୧୦ ଫୁଟ ପାଣି ପ୍ରବାହିତ ହେଉଛି। ସେପଟେ ପୋଟେରୁ ସହରର ଅନେକ ଘର ଭିତରେ ବର୍ଷା ପାଣି ପଶିଛି। ୩୨୬ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି ଆମ୍ବୁଲାନ୍ସ, ବସ୍, ଟ୍ରକ ଓ ବାଇକ । ମାଲାକାନଗିରିରୁ ମୋଟୁ, କାଲିମେଳାରୁ ମୋଟୁ, କାଲିମେଳାରୁ ପଡିଆ ଓ ୩ ରାଜ୍ୟକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

nis-ad
Leave A Reply

Your email address will not be published.