ବନ୍ୟାଜଳ ପଶିଯିବାରୁ ବନ୍ଦ ହେଲା ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପ

ବନ୍ଦ ହେଲା ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପ ।  ଜଳ ବିଦ୍ୟୁତ ପ୍ରକଳ୍ପରେ ବନ୍ୟାଜଳ ପ୍ରବେଶ ପରେ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବନ୍ଦ କରାଗଲା  l ପ୍ରକଳ୍ପର ଦୁଇ ନମ୍ବର ୟୁନିଟ ଏବଂ ୫ ନମ୍ବର ୟୁନିଟରେ ନବୀକରଣ ଚାଲିଥିବା ବେଳେ  ପାଣି ପଶି ଯାଇଥିଲା । ମଟର ଯୋଗେ ପାଣି ନିଷ୍କାସନ ଉଦ୍ୟମ କରାଯାଇଥିଲା । କିନ୍ତୁ ଜଳଭଣ୍ଡାରରେ ଜଳସ୍ତର ବଢିବାରୁ ବିଦ୍ୟୁତ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବିଦ୍ୟୁତ ଉତ୍ପାଦନ ବନ୍ଦକରାଯାଇଛି  l

ପ୍ରକଳ୍ପର ୮୦ ମେଗା ୱାଟ ବିଦ୍ୟୁତ କ୍ଷତି ସହିବା ଆରମ୍ଭ ହୋଇଥିବା ବେଳେ ଟରବାଇନଗୁଡିକରେ ପାଣି ପଶିଯାଇଥିଲା । ତେବେ ପ୍ରକଳ୍ପ କେବେ ଚାଲିବ କହିବା ମୁସ୍କିଲ ବୋଲି ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି ।  ସେପେଟ ୩ ଦିନର ଲଗାଣବର୍ଷା ଯାଗୁଁ ଚଳିତ ବର୍ଷ ପ୍ରଥମ ଥର ଜଲାପୁଟ ଡ୍ୟାମର ୬ଟି ଗେଟ ଖୋଲିଛି ।  ଜଲାପୁଟ ଡ୍ୟାମର କ୍ଷମତା ୨୭୫୦ ଫୁଟ ରହିଥିବା ବେଳେ ୨୭୪୯.୪୫ କୁ ଜଳସ୍ତର ଛୁଇଁଛି l spill way ଏବଂ ମୁଖ୍ୟ ଡ୍ୟାମ ଦେଇ ୨୩ ହଜାର କ୍ୟୁସେକ ପାଣି ଛଡା ଯାଉଛି  l

nis-ad
Leave A Reply

Your email address will not be published.