ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର :ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଗଣମାଧ୍ୟମ ଜରିଆରେ ବାରମ୍ବାର ଲୋକଙ୍କୁ ସଚେତନତା ବାର୍ତ୍ତା ଦେଉଛନ୍ତି l ତଥାପି ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ରହିଛି, ଯାହା ଦ୍ୱାରା ଅନେକ ଜାଗାରେ ଭିଡ ସହ ବିଶୃଙ୍ଖଳା ନଜିର ରହିଛି l ତେଣୁ ଶନିବାର ରାଜ୍ୟ ସରକାର ସାରା ଓଡ଼ିଶାରେ ସମସ୍ତ ବ୍ଲକରେ ସୁଭଦ୍ରା ଯୋଜନା ସଚେତନତା ରଥ ବୁଲିବାର ବନ୍ଦୋବସ୍ତ କରିଛନ୍ତିl

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମୁଖ୍ୟଅତିଥି ରୂପେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେବା ସହ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଜିଲାପାଳ, ଆରକ୍ଷୀ ଅଧିକ୍ଷକ ଓ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଉପସ୍ଥିତରେ ଉଦ୍‌ଘାଟନ କରାଯାଇଥିଲା l ଏହି ଦୃଷ୍ଟି କୋଣରୁ ଗଞ୍ଜାମ ଜିଲାରେ ଗୋଟାଏ ନିର୍ବାଚନମଣ୍ଡଳୀକୁ ଗୋଟାଏ ସଚେତନତା ରଥ ବୁଲି ଲୋକଙ୍କୁ ସଚେତନ କରିବl

nis-ad
Leave A Reply

Your email address will not be published.