ରାଜଧାନୀରେ ମାତିଛନ୍ତି ଜମି ଜବର ଦଖଲକାରୀ, ୩ ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

ରାଜଧାନୀରେ ମାତିଛନ୍ତି ଜମି ଜବରଦଖଲକାରୀ । ୩ ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ । ଇନ୍ଫୋସିଟି ଥାନା ନିକଟସ୍ଥ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ଘରକୁ ଜବର ଦଖଲ କରିବା ପାଇଁ ଉଦ୍ୟମ କରିଥିଲେ ୧୦ ରୁ ୧୫ ଦୁର୍ବୃତ୍ତ । ଏହି ଦୁର୍ବୃତ୍ତ ମାନେ ଜେସିବି ଲଗାଇ ଘର ଗେଟ ପାଚେରୀ ଭାଙ୍ଗିଥିଲେ । ପାଚେରୀ ଭାଙ୍ଗିବା ସହ ଜବରଦସ୍ତ ଟଙ୍କା ନେବା ସହ ଧମକ ମଧ୍ୟ ଦେଇଥିଲେ ।

ଏନେଇ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ ମହିଳା ଜଣକ । ଅଭିଯୋଗ ପାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।  ତଦନ୍ତ ପରେ ୩ ଜଣଙ୍କୁ ଗିରଫ କରାଯାଇଛି । ତଦନ୍ତରୁ ଜଣା ପଡ଼ିଛି ଯେ ଏମାନେ ମୃତ ବ୍ୟକ୍ତିଙ୍କ ନାମରେ ପାୱାର ଓଫ ଆଟର୍ଣି ପ୍ରସ୍ତୁତ କରି ବିଭିନ୍ନ ଲୋକଙ୍କ ସହ ଏଗ୍ରୀମେଣ୍ଟ କରି ଜମି ବିକୁଥିଲେ । ଗିରଫ ଅଭିଯୁକ୍ତ ହେଲେ ମାନସ ସାହୁ,ନିରଞ୍ଜନ ରାଉତ,ଜଗଦୀଶ ପାଟସାଣି ।

nis-ad
Leave A Reply

Your email address will not be published.