ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ମୃତ

କଟକ : ଶ୍ବାସରୁଦ୍ଧ ହୋଇ ୩ ମୃତ । ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ୩ ଜୀବନ । ବାରଙ୍ଗ ଥାନା ନରଣପୁରଠାରେ ଏକ ଆପାର୍ଟମେଣ୍ଟରେ ନିର୍ମାଣ କାମ ଚାଲିଥିବାବେଳେ ଏହି ଅଘଟଣ ଘଟିଛି । ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲୁଥିବାବେଳେ ଶ୍ବାସରୁଦ୍ଧ ହୋଇପଡିଥିଲେ ।

ସୂଚନା ଅନୁସାରେ ଆଜି ସକାଳେ ତ୍ରିଶୁଳିଆରେ ଥିବା ଏକ ଆପାର୍ଟମେଣ୍ଟରେ ପାଇଖାନା ଟାଙ୍କିରେ ୩ ଜଣ ଶ୍ରମିକ ସେଣ୍ଟ୍ରିଂ ଖୋଲୁଥିଲେ ।  ଏହି ସମୟରେ ସେମାନେ ସେଠାରେ ଶ୍ୱାସରୁଦ୍ଧ ହୋଇଯାଇଥିଲେ । ପରେ ସେମାନେ ଚିତ୍କାର କରିଥିଲେ ।  ସେଠାରେ ଉପସ୍ଥିତ ଥିବା ଲୋକମାନେ ବାରଙ୍ଗ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।  ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ୩ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ।   ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

nis-ad
Leave A Reply

Your email address will not be published.