ନବରଙ୍ଗପୁର ଜିଲ୍ଲାରେ ସୁଭଦ୍ରା ଯୋଜନା କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ପ୍ରଦାନ କଲେ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ସୁଭଦ୍ରା ଯୋଜନାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଆହୂତସାମ୍ବାଦିକ ସମ୍ମିଳନୀରେ ଡଃ ମହାପାତ୍ର ଜିଲ୍ଲାରେ ସୁଭଦ୍ରା ଯୋଜନା ସମ୍ପର୍କ ରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ଡଃ ମହାପାତ୍ର ପ୍ରକାଶ କଲେ କି,ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଅଢେଇ ଲକ୍ଷ ରୁ ଅଧିକ ଫର୍ମ ବଣ୍ଟନ କରାଯାଇଥିବା ବେଳେ ଆବେଦନ କାରୀ ମାନେ ବ୍ୟସ୍ତ ନ ହୋଇ ସୁରୁଖୁରୁରେ ରେ ସୁଭଦ୍ରା ଯୋଜନା ର ଲାଭ ନେବା ପାଇଁ କମନ୍ ସର୍ଭିସ ସେଣ୍ଟର ଓ ମୋ ସେବା କେନ୍ଦ୍ର ରେ ଆବେଦନ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି। ଆଧାର ଅପଟୁଡେଟ ପାଇଁ ୪୩ ଗୋଟି ଆଧାର କେନ୍ଦ୍ର ଖୋଲା ଯାଇଥିବାରୁ ଅଧିକ ଭିଡ଼ ନ କରି କିମ୍ବା କୌଣସି ପ୍ରଲୋଭନ ରେ ନ ପଡି ଆବେଦନ କରିବାକୁ ଜିଲ୍ଲାପାଳ ସମସ୍ତ ଙ୍କୁ ନିବେଦନ କରିଥିଲେ ।

ଏଥି ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ତତ୍ୱାବଧାନ ରେ ସମସ୍ତ ଥାନା ଅଧିକାରୀ ଙ୍କୁ ଯେପରି କୌଣସି ଟଙ୍କା କାରବାର ଏଥିରେ ନ ହୁଏ ସେଥିପ୍ରତି ଗୁରୁତ୍ୱ ପ୍ରଦାନ କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି। ପ୍ରତି ବ୍ଳକ ଓ ଜିଲ୍ଲା ସ୍ତରରେ ସୁଭଦ୍ରା ଯୋଜନା ର ସୁପରିଚାଳନା ପାଇଁ ନୋଡାଲ ଅଧିକାରୀ ନିୟୋଜିତ ହୋଇଛନ୍ତି। ସୁଭଦ୍ରା ଯୋଜନା ପାଇଁ ଆବେଦନ ର ଶେଷ ତାରିଖ ନାହିଁ ଏହା ଏକ ଚଳୟମାନ ଯୋଜନା ହୋଇଥିବାରୁ ଯୋଜନା ର ହିତାଧିକାରୀ ସହଜ ଓ ସରଳ ରେ ଆବେଦନ କରିବାକୁ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ ଜରିଆରେ ସମସ୍ତ ହିତାଧିକାରୀ ଙ୍କୁ ନିବେଦନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, ଜିଲ୍ଲା ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.