ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ମୋଦୀ: ଦ୍ଵିପାକ୍ଷିକ ସମ୍ପର୍କ ମଜବୁତ୍ କରିବା ଉପରେ ଗୁରୁତ୍ଵ

ନୂଆଦିଲ୍ଲୀ: ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଙ୍କ ଆମନ୍ତ୍ରଣ କ୍ରମେ ମୋଦୀ ଏହି ଦକ୍ଷିଣ ଏସୀୟ ରାଷ୍ଟ୍ର ଗସ୍ତ କରିଥିବା ଜଣାପଡିଛି। ଆଜି ( ଗୁରୁବାର) ସିଙ୍ଗାପୁର ପାର୍ଲାମେଣ୍ଟରେ ମୋଦୀଙ୍କ ସରକାରୀ ଭାବେ ସ୍ଵାଗି ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ଏହାପରେ ସେ ରାଷ୍ଟ୍ରପତି ଥର୍ମନ୍ ସନମୁଗାରତ୍ନମଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସିଙ୍ଗାପୁରରେ ଥିବା ପ୍ରବାସୀ ଭାରତୀୟ ସମୁଦାୟ  ନାଚ , ଗୀତ ଜରିଆରେ ମୋଦୀଙ୍କୁ ସ୍ଵାଗତ କରିଥିଲେ। ଏହି ଅବସରରେ ମୋଦୀ ଢୋଲ ବଜାଇ ସେମାନଙ୍କ ଖୁସିରେ ନିଜକୁ ସାମିଲ କରିଥିଲେ। ମୋଦୀଙ୍କ ସହ ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର , ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ସିଙ୍ଗାପୁର ଗସ୍ତ କରିଛନ୍ତି। ମୋଦୀଙ୍କ ସମ୍ମାନାର୍ଥେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ନୈଶ୍ୟଭୋଜିର ଆୟୋଜନ କରିଛନ୍ତି। ଏହି ଗସ୍ତ ସମୟରେ ମୋଦୀ ଏବଂ ଓ୍ବଙ୍ଗ୍‌ଙ୍କ ମଧ୍ୟରେ ବିଭିନ୍ନ ଦ୍ଵିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହେବା ନେଇ ସୂଚନା ମିଳିଛି।

nis-ad
Leave A Reply

Your email address will not be published.