ମନମାନି ଯୋଗୁଁ ଟାଟା ପାୱାରକୁ ଅଦାଲତ ଛାଟ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥାୟୀ ଲୋକ ଅଦାଲତ, ଫୁଲବାଣୀ ସ୍ଥାନୀୟ TPSODL କତୃପକ୍ଷ ଙ୍କୁ ଟାଟା ପାୱାର ର ମନମୁଖୀ କାର୍ଯ୍ୟ କଳାପ ଓ ଏକ ଚାଟିଆ ବ୍ୟବସାୟିକ ମନୋବୃତ୍ତି କୁ ନାପସନ୍ଦ କରି ଇତି ମଧ୍ୟରେ ଏକ ଏତିହାସିକ ରାୟ ପ୍ରକାଶ କରିଛନ୍ତି l ସୂଚନା ପ୍ରକାରେ, ଜିଲ୍ଳା ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଶ୍ରୀ ଦୋଳଗୋବିନ୍ଦ ବାରିକ ଓ ସଦସ୍ୟ ଶ୍ରୀ ଚନ୍ଦ୍ରହସ ନାୟକ ଫୁଲବାଣୀ ସହରର ସାତ ଜଣ ଆବେଦନକାରୀଙ୍କ ସମସ୍ୟାକୁ ବିଚାରକୁ ନେଇ ମାମଲା ସଂଖ୍ୟା (୨୦୨୩/ ୨୩ ରୁ ୨୦୨୩/ ୩୦) ର ରାୟ ପ୍ରକାଶ କରି TPSODLରନିର୍ବାହୀ ଯନ୍ତ୍ରୀଙ୍କୁ ତୁରନ୍ତ ମହମ୍ମଦ ନାସ୍ରୂଲା, ଶ୍ରୀମତୀ ରାଜଲକ୍ଷ୍ମୀ ସାହୁ, ନରେଶ ମୁଦୁଲି, ଶ୍ରୀ ରଞ୍ଜନ ମହାନ୍ତି ଙ୍କ ସମେତ ଏହି ସାତ ଜଣ ଙ୍କ ଜମି ତଥା ଘର ଉପରେ ବିପଦ ଜନକ ଭାବେ ଯାଇ ଥିବା ୩୩ କେଭି ବିଦ୍ୟୁତ୍ ଲାଇନ ଓ ପୋତା ଯାଇ ଥିବା ବିଦ୍ୟୁତ୍ ଖୁଣ୍ଟକୁ ତୁରନ୍ତ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ୍ କତୃପକ୍ଷ ସମ୍ପୃକ୍ତ ଜମି ମାଲିକଙ୍କ ଠାରୁ ଆଗୁଆ ଅନୁମତି ନେଇ ନଥିବା ଓ ଅନ୍ୟ ପକ୍ଷରେ ଲାଇନ୍ ଓ ଖୁଣ୍ଟକୁ ସ୍ଥାନାନ୍ତର କରିବା ପାଇଁ ବେଆଇନ୍ ହଜାର ହଜାର ଟଙ୍କା ଦାବି କରିଥିବା ପକ୍ଷଗଣ ଆବେଦନରେ ଦର୍ଶାଇଥିଲେ l ଅଦାଲତ ରାୟରେ କହିଛ ନ୍ତି ଯେ, TPSODL ନିର୍ବାହୀ ଯନ୍ତ୍ରୀ ଯଦି ନିର୍ଦ୍ଦେଶକୁ ଅବମାନନା କରନ୍ତି ତାହେଲେ, ପକ୍ଷଗଣ ସ୍ଥାନୀୟ ସିଭିଲ ଅଦାଲତରେ ଟାଟାପାୱାର ବିରୋଧରେ ଲିଗାଲ ସର୍ଭିସ୍ ଆକ୍ଟ – ୧୯୮୭ ର ଧାରା ୨୨-ଙ ପ୍ରକାରେ ସମସ୍ତେ “କୋରଖୀ ମାମଲା” ଦାୟର କରି କାର୍ଯ୍ୟ ହାସଲ କରି ପାରିବେ l ପ୍ରକାଶ ଥାଉ କି, ଟାଟା ପାୱାର ଜିଲ୍ଲାରେ ବିଦ୍ୟୁତ୍ ସରବରାହ ଓ ବିତରଣ ଦାୟିତ୍ଵ ନେବା ପରେ କମ୍ପାନୀ ବିରୁଦ୍ଧରେ ଅନ୍ୟାନ୍ୟ ଅଭିଯୋଗ ସହ ବିଭିନ୍ନ ଜମି ଉପରେ ବିନାନୁମତିରେ ଘର ଉପରେ ବା ନିକଟରେ ତଥା ଜମି ଉପରେ ବିପଦଜ୍ଜନକ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୁଏ l

nis-ad
Leave A Reply

Your email address will not be published.