ଲୁହା ପଥର ଖଣିରେ ଖୋଳତାଡ କରୁଛି ସିବିଆଇ

କୋଇଡା: ଲୁହାପଥର ଖଣିରେ ଖୋଳତାଡ କରୁଛି ସିବିଆଇ। ଲୁହା ପଥରର ମାନ ବଦଳାଇବାରୁ ଶହ ଶହ କୋଟି ରାଜସ୍ବ କ୍ଷତି ହେବା ପରେ ବରସୁଆଁ ଲୁହାପଥର ଖଣିରେ ଚଢ଼ାଉ ଜାରି ରଖିଛି ସିବିଆଇ। ସେଠିକା ସେଲ୍ ଅଧିକାରୀଙ୍କୁ ଡାକି ପଚରାଉଚରା ଜାରିରଖିଛି।

ମିଳିଥିବା ସୂଚନା ଅନୁଯାୟୀ, ଟେନସା ସ୍ଥିତ ଆର୍. ଏସ. ପି ପରିଚାଳିତ ବରସୁଆଁ ଲୁହା ପଥର ଖଣି ଟେଲିଂ ଡ୍ୟାମରେ ଗଚ୍ଛିତ ଥିବା ଲକ୍ଷ ଲକ୍ଷ ମେଟ୍ରିକ୍ ଟନ୍ ଲୁହା ପଥର ଗୁଣ୍ଡକୁ ଖଣି ବିଭାଗ ନିୟମ ଅନୁଯାୟୀ ବରସୁଆଁ ଖଣି ପକ୍ଷରୁ ଷ୍ଟାକ ପ୍ରସ୍ତୁତ କରାଯାଇଥାଏ। ପରେ ସ୍ଥାନୀୟ ଖଣି ବିଭାଗ ଦ୍ଵାରା ଏହି ଷ୍ଟାକର ମାନ ନିରୂପଣ କରାଯାଇ, ଷ୍ଟାକ୍ ବାବଦ ରାଜସ୍ବ ପୈଠ କରାଯାଏ। ଏହାପରେ ଉକ୍ତ ଷ୍ଟାକକୁ ବିଭିନ୍ନ ଖଣି କ୍ରେତାଙ୍କୁ ବିକି ଦିଆଯାଏ।

କିନ୍ତୁ ବହୁସମୟରେ ଖଣି ବିଭାଗ ପକ୍ଷରୁ ଅନେକ ଷ୍ଟାକ୍ ଉଚ୍ଚମାନର ଦର୍ଶାଯାଇଥିଲେ ମଧ୍ୟ ଏହାର ମାନ ବଦଳାଇ ବରସୁଆଁ ଲୁହା ପଥର ଖଣିର କର୍ତ୍ତୃପକ୍ଷ ବିଭିନ୍ନ କ୍ରେତା ଙ୍କୁ ବିକି ଚାଲିଥିଲେ। ଯେଉଁ ଥିରେ ଶହ ଶହ କୋଟି ଟଙ୍କା ହେରଫେର ହୋଇଥିବା ବେଳେ ରାଜସ୍ବ ମଧ୍ୟ କ୍ଷତି ହୋଇଛି। ଯାହା ଭିଜିଲାନ୍ସ ବିଭାଗ ନଜରରେ ଆସିବା ପରେ ସେ ଏହାକୁ ସିବିଆଇ ହାତକୁ ହସ୍ତାନ୍ତର କରିଥିଲେ। ଆଉ ଏନେଇ ଗତ ୩ ଦିନ ହେବା ସିବିଆଇ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏବେ ସମସ୍ତ ଖଣି ଅଧିକାରୀଙ୍କୁ ଏନେଇ ସିବିଆଇ ଜେରା କରିଥିବା ବେଳେ ଆଗକୁ ପୂର୍ବତନ ଇଡିସମେତ ଖଣି ମ୍ୟାନେଜରମାନଙ୍କୁ ମଧ୍ୟ ଏନେଇ ଜେରା କରିପାରେ ବୋଲି ସୂଚନା ମିଳିଛି।

nis-ad
Leave A Reply

Your email address will not be published.