ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ରେଞ୍ଜ ବନବିଭାଗକୁ ମିଳିଛି ସଫଳତା । ଗିରଫ ହୋଇଛନ୍ତି ତିନି ଅଭିଯୁକ୍ତ l ଗତ ରବିବାର ଦିନ ୩:୩୫ ମିନଟ ସମୟରେ କୌଣସି ସୂତ୍ରରୁ ଖବର ପାଇ ଫୁଲବାଣୀ ବନବିଭାଗ ପକ୍ଷରୁ ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲଙ୍କ ନିର୍ଦ୍ଦେଶକ୍ରମେ ଫୁଲବାଣୀ ଏସିଏଫ ମଳୟ ରଞ୍ଜନ କାଲୋ ଓ ରେଞ୍ଜ ଅଧିକାରୀ ଶିବାନନ୍ଦ ଲେଙ୍କା ଓ ତାଙ୍କ ଦଳ ସହ ଗୁଡାରୀ ଏୟାର ଷ୍ଟ୍ରିପ ନିକଟରୁ ଚିତା ବାଘ
ଚମଡା ସହ,ଏକ ଯୋଡା ହରିଣ ଶିଙ୍ଗ, ଗୋଟିଏ ଦେଶୀ ବନ୍ଧୁକ, ଗନ ପାଉଡର ୧୦୦ ଗ୍ରାମ, ଓ ଦୁଇଟି ବାଇକ, ତିନିଟା ମୋବାଇଲ କାସୀ ପ୍ଳାଙ୍କ ୧୨ଟି ,ପିଆଶାଳ ୧୨ଟି ଜବତ କରିଛି l ଏ ସମ୍ପର୍କରେ ବନବିଭାଗ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେମାନେ ହେଲେ ପ୍ରଭାତ ମଲ୍ଲିକ ତ୍ରିନାଥ କହଁର ଓ ସଞ୍ଜୟ ମଲିକ ବୋଲି ବନ ବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି l ତଦନ୍ତକାରୀ ଅଧିକାରୀ ତଥା ଏସିଏଫ ଶ୍ରୀମତୀ ଶ୍ୱେତାଲୀନା ସାହୁ ଫରେଷ୍ଟର ସରୋଜ କୁମାର ମିଶ୍ର ପ୍ରମୁଖ ଯୋଜନାବୋଧ ପ୍ରକାରେ ଅତର୍କିତ ଭାବେ ଗୁଦାରି ନିକଟରେ ଚଢ଼ାଉ କରି ବାଘ ଚମଡା ଓ ବନ୍ଧୁକ ଆଦି ଜବତ କରିଥିଲେ l ବନବିଭାଗ ଏ ନେଇ ୭୧/୨୦୨୪ ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକୁ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଥାଉ କି
ଏହା ପୂର୍ବରୁ ଗତ ଜୁଲାଇ କୋଡିଏ ରେ ଟିକାବାଲି ଅଂଚଳରୁ ବନ କର୍ମଚାରୀ ମାନେ ବାଘ ଛାଲ, ବନ୍ଧୁକ ସହ ୬ ଜଣକୁ ଗିରଫ କରିଥିଲେ । ଡି ଏଫ ଓ ପ୍ରଶାନ୍ତ କୁମାର ପଟେଲଓ ରେଞ୍ଜର ଶିବାନନ୍ଦ ଲେଙ୍କା ଙ୍କ କାର୍ଯ୍ୟ ଦକ୍ଷତା, ସଚ୍ଚୋଟତା, ଆନ୍ତରିକତା ଓ ବିଶେଷ ଜ୍ଞାନ କୌଶଳ ଯୋଗୁଁ ବେଆଇନ ବନ୍ୟ ପ୍ରାଣୀ ଶିକାରୀ ମାନଙ୍କୁ ଗିରଫ କରିବା ସହ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ସମ୍ଭବ ହୋଇପାରିଛି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post