ପୋଲିସ ସହ ଗୁଳିବିନିମୟ, ୯ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି : ଟଳିପଡିଲେ ୯ ହାର୍ଡକୋର ମାଓବାଦୀ ।  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ପୋଲିସ- ମାଓବାଦୀ ଗୁଳିବିନିମୟ ।  ପୋଲିସ ଏନକାଉଣ୍ଟରରେ ୯ରୁ ଅଧିକ ହାର୍ଡକୋର ମାଓବାଦୀ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।  ଘଟଣା ସ୍ଥଳରୁ SLR,303 12 ବୋର ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ ।

ସୂଚନା ଅନୁସାରେ ଗତ ୨ ଦିନ ମାଲକାନଗିରିର ଭେଜାଙ୍ଗିୱାଡା ଜଙ୍ଗଲ ଦୟାଲତୁଙ୍ଗି ଗାଁ ନିକଟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିଲା  ।  ୧୪୨ ବିଏସଏଫ ବାଟାଲିଅନ କମ୍ବିଂ ବେଳେ ଏହାକୁ ଜବତ କରିଥିଲା ।  ଏଥିରେ ଟିଫିନ ବୋମା IED ତିନି ଲିଟର ୨ ଟି,ଜିଲଟିନ ଷ୍ଟିକସ ୬୨ , ମାଓବାଦୀ ବ୍ୟାନର, ମାଓବାଦୀ ପାମ୍ପ୍ଲଲେଟସ,ଆଣ୍ଟିନା ସହ ବିଭିନ୍ନ ସାମଗ୍ରୀ ମିଳିଥିଲା ।  ସୁରକ୍ଷାବାହିନୀକୁ କ୍ଷତି ପହଞ୍ଚାଇବାକୁ ମାଓବାଦୀ ମାନେ ଏହାକୁ ରଖିଥିଲେ ବୋଲି ସନ୍ଦେହ ହୋଇଥିଲା ।

nis-ad
Leave A Reply

Your email address will not be published.