ଚାଲୁ ହେବ ‘ଆମ ଓଡିଶା ନବୀନ ଓଡିଶା’ କାମ

ଭୁବନେଶ୍ବର: ପୁଣି ଆରମ୍ଭ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା କାମ । ଆଜି ଗୃହରେ ଏହି ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ।

ତେବେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପ୍ରସଙ୍ଗରେ ଗୃହରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ଏନେଇ ମନ୍ତ୍ରୀ କହିଛନ୍ତି, ଆମ ଓଡ଼ିଶା ନବୀନ ଓଡ଼ିଶାରେ ମୋଟ ୩୪୫୭ କୋଟିର ବ୍ୟୟବରାଦ ହୋଇଛି । ଯେଉଁଥିରୁ ୩୦ରୁ ୪୦% କାମ ସଂପୂର୍ଣ୍ଣ ହୋଇଛି । ସେନେଇ କାମ କରିଥିବା ସଂସ୍ଥାକୁ ପେମେଣ୍ଟ ବି କରାଯାଇଛି । ଯାହା ଆମ ଓଡିଶା ନବୀନ ଓଡିଶା ଅଧିନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଗାଁ ଗାଁରୁ ଅର୍ପଣ ଚାଉଳ ଏକାଠି କରିବା ଓ କ୍ରୀଡ଼ା ବିକାଶରେ ଖର୍ଚ୍ଚ ହୋଇଛି । ଏ ବାବଦରେ ତର୍ଜମା ଚାଲିଛି । କାମ କରିଥିବା ସଂସ୍ଥାକୁ ବକେୟା ପାଉଣା ଦିଆଯିବ ଏବଂ ପୁଣି କାର୍ଯ୍ୟ ଆରମ୍ଭ ହେବ । ଏଥିସହିତ ଦାଦନ ମୁକ୍ତ ଯୋଜନା ଖୁବଶୀଘ୍ର ଆଣିବାକୁ ଯାଉଛୁ ବୋଲି ମନ୍ତ୍ରୀ କହିଛନ୍ତି ।

nis-ad
Leave A Reply

Your email address will not be published.