ଜେଲ୍ ଏଡିଜିଙ୍କ ନାଁରେ ଫେକ୍ ଆକାଉଣ୍ଟ

ଭୁବନେଶ୍ବର: ପୁଣି ସାଇବର ଠକଙ୍କ ଜାଲରେ ଆଉ ଜଣେ ପ୍ରଶାସନିକ ଅଧିକାରୀ । ଜେଲ୍ ଏଡିଜିଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଟଙ୍କା ମାଗୁଛନ୍ତି ।

ଜେଲ୍ ଏଡିଜି ଅମିତାଭ ଠାକୁରଙ୍କ ନାଁରେ ଇନଷ୍ଟାଗ୍ରାମରେ ଫେକ୍‌ ଆକାଉଣ୍ଟ ଖୋଲି ଲୋକଙ୍କ ପାଖକୁ ମେସେଜ କରି କରି ଟଙ୍କା ମାଗୁଛନ୍ତି ସାଇବର ଠକ । ଯାହାକୁ ନେଇ କିଛି ଲୋକଙ୍କର ସନ୍ଦେହ ହେବାରୁ ସେ ଏନେଇ ଏଡିଜି ଅଭିତାଭଙ୍କୁ ଅବଗତ କରାଇଥିଲେ । ଏହା ଜାଣିବା ପରେ ଏଡିଜି ଅଭିତାଭ ସଙ୍ଗେ ସଙ୍ଗେ ସାଇବର ସେଲରେ ଅଭିଯୋଗ  କରିବା ସହିତ ଭୁବନେଶ୍ବର ଡିସିପି ଓ କ୍ରାଇମବାଞ୍ଚକୁ ମଧ୍ୟ ସୂଚନା ଦେଇଛନ୍ତି । ଏଥିସହିତ ଲୋକଙ୍କୁ ମଧ୍ୟ ଏନେଇ ସତର୍କ କରାଇଛନ୍ତି । ଫେକ୍ ଆକାଉଣ୍ଟରେ କୌଣସି ମେସେଜ ପାଇଲେ ଆର୍ଥିକ କାରବାର ନ କରି ତୁରନ୍ତୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

nis-ad
Leave A Reply

Your email address will not be published.