ବାର୍ଡ ଫ୍ଲୁ ଆତଙ୍କ ପରେ ମାଛ ରେଟ୍ ୩୦୦ ଉପରେ

ଭୁବନେଶ୍ୱର : ଚିକେନ୍ ଛାଡ଼ି ମାଛ ଦୋକାନ ମୁହାଁ ଗ୍ରାହକ । ବାର୍ଡ ଫ୍ଲୁ ଆତଙ୍କ ପରେ ଲୋକମାନେ ଚିକେନ୍ ଖାଇବା ନେଇ ଭୟଭୀତ ହୋଇପଡିଛନ୍ତି । ଫଳରେ ମାଛ ଦୋକାନରେ ଭିଡ ଜମୁଛି । ଏହାର ଫାଇଦା ଉଠାଉଛନ୍ତି ମାଛ ଦୋକାନୀ । କିଲୋ ପ୍ରତି ଦେଢ଼ ଶହ/ଦୁଇ ଶହ ଟଙ୍କାରୁ ଏକାଥରେ ରେଟ୍ ଏବେ ଦ୍ବଗୁଣା ବଢ଼ିଯାଇଛି ।

ପୂର୍ବରୁ ରୋହି ଓ ଭାକୁର କିଲୋ ଜିଅନ୍ତା ୨୦୦ ଟଙ୍କା ରହୁଥିବାବେଳେ ମଲା ମାଛ ୧୨୦ ରୁ ୧୫୦ ଟଙ୍କା ରହୁଥିଲା । ହେଲେ ଆଵଶ୍ୟକତାକୁ ଦେଖି ବେପାରୀ ଏବେ ମାଛ ଦାମ ୩୦୦ ଟଙ୍କା ଉପରେ ବିକୁଛନ୍ତି । ସେପଟେ କମିଛି ଚିକେନ୍ ରେଟ୍ । ୧୦୦ରୁ ୧୨୦ ଟଙ୍କା ଦରରେ ବିକ୍ରି ହେଉଛି ଚିକେନ୍ । ଏକ ପକ୍ଷରେ ଚିକେନ ଦୋକାନୀ ହାତ ଟେକି ବସିଥିବା ବେଳେ ମାଛ ବେପାରୀ ହୋଇଛନ୍ତି ଲାଲେଲାଲ ।

nis-ad
Leave A Reply

Your email address will not be published.