ଶ୍ରୀମନ୍ଦିର ଆନନ୍ଦ ବଜାରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ

ପୁରୀ: ଶ୍ରୀମନ୍ଦିର ପରିସରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ । ଆନନ୍ଦ ବଜାର ଶୃଙ୍ଖଳା ଓ ସଂସ୍କାର ପାଇଁ ସେନା ନିବୃତ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ତେବେ ମୋଟ ୨୦ ଜଣଙ୍କୁ ମୂତୟନ କରାଯାଇଛି । ଦୁଇଟି ସିଫ୍ଟରେ ଏମାନେ ଡ୍ୟୁଟି କରିବେ ।

ତେବେ ଆନନ୍ଦ ବଜାର ଓ ମନ୍ଦିର ବେଢ଼ାରେ ଆଜି ସକାଳୁ ୧୦ ଜଣ ମୁତୟନ ହୋଇଥିଲେ, ଅପରାହ୍ନ ୨ଟାରୁ ଆଉ ୧୦ଜଣ ଅବସରପ୍ରାପ୍ତ ସେନା କର୍ମଚାରୀ ମୁତୟନ ହୋଇଛନ୍ତି ।

ଖବର ମୁତାବକ, ଆନନ୍ଦ ବଜାରରେ ବାସି ଅବଢ଼ା ବିକ୍ରି ଉପରେ ରୋକ୍ ଲଗାଇବା ପାଇଁ ଏହି ପ୍ରୟାସ କରାଯାଇଛି । ସୂପକାର ଓ ଅଣସୂପକାରଙ୍କ ଉପରେ ନଜର ରଖିବେ ମୁତୟନ ହୋଇଥିବା ଏହି ସ୍ୱତନ୍ତ୍ର ସୁରକ୍ଷା କର୍ମୀ । ଅଣ ସୂପକାରମାନେ ନୁହଁ କେବଳ ସୁଆର ମହାସୁଆର ନିଯୋଗ ତରଫରୁ ସୂଚିତ ସୂପକାର ମାନେ ହିଁମହାପ୍ରସାଦ ବିକ୍ରି କରିପାରିବେ ।

nis-ad
Leave A Reply

Your email address will not be published.