ଗୋମାଂସ ଖାଇବା ଅଭିଯୋଗରେ ହରିୟାଣାରେ ପଶ୍ଚିମବଙ୍ଗର ଯୁବକଙ୍କୁ ହତ୍ୟା, ୭ ଗିରଫ

ନୂଆଦିଲ୍ଲୀ: ହରିୟାଣାର ଚାରଖୀ ଦାଦ୍ରି ଜିଲ୍ଲାରେ ଗୋମାଂସ ଖାଇବା ଅଭିଯୋଗରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବାର ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି | ଏହି ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣା ଶୁକ୍ରବାର ଦିନ ଘଟିଛି | ଏହି ହତ୍ୟା ମାମଲାରେ ଦୁଇ ନାବାଳକଙ୍କ ସମେତ ୭ଜଣଙ୍କୁ ପୁଲିସ ଗିରଫ କରିଛି। ବାସ୍ତବରେ, ହରିୟାଣାର ଚାରଖୀ ଦାଦ୍ରି ଅଂଚଳରେ ଗୋଟିଏ ଦିନ ପୂର୍ବରୁ ଗୋରକ୍ଷକ ଦଳର ସଦସ୍ୟମାନେ ଗୋମାଂସ ଜବତ କରିଥିଲେ | ଗୋରକ୍ଷକମାନେ ଦୁଇ ପ୍ରବାସୀ ଯୁବକଙ୍କୁ ଧରି ନିସ୍ତୁକ ମାଡ ମାରିବା ସହ ପୁଲିସକୁ ହସ୍ତାନ୍ତର କରିଥିଲେ | ତେବେ ଗୋରକ୍ଷକ ଦଳର ସଦସ୍ୟମାନେ ଦୁଇ ପ୍ରବାସୀ ଯୁବକଙ୍କୁ ବାଡ଼ିରେ ଏମିତି ପିଟିଥିଲେ ଯେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା।
ଦ୍ୱିତୀୟ ଯୁବକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି | ପୁଲିସ ଏହି ମାମଲାରେ ଏକ ମାମଲା ରୁଜୁ କରିଛି ଏବଂ ଏପର୍ଯ୍ୟନ୍ତ ଦୁଇ ନାବାଳକଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ପୁଲିସ ଏବଂ ପୀଡିତଙ୍କ ପକ୍ଷ ଏ ସମ୍ପର୍କରେ କିଛି କହିବାକୁ ମନା କରୁଛନ୍ତି। ଗୋମାଂସ ଥିବା ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା ମାମଲାରେ ଏସପି ପୂଜା ବଶିଷ୍ଠ ଘଟଣାସ୍ଥଳ ଯାଞ୍ଚ କରିଥିଲେ।
ସୁରକ୍ଷା ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଏସପି ପୀଡିତଙ୍କ ପରିବାରକୁ ପଚରାଉଚରା କରିଥିଲେ। ଏସପି କହିଛନ୍ତି ଯେ ଏହି ଘଟଣାର ତଦନ୍ତ କରାଯାଉଛି । ପୁଲିସ କହିଛି ଯେ, ଅଗଷ୍ଟ ୨୭, ୨୦୨୪ରେ, ବସ୍ତିରେ ରହୁଥିବା ପ୍ରବାସୀମାନଙ୍କ(ପଶ୍ଚିମବଙ୍ଗର ଅଧିବାସୀ) ପାଖରୁ ରନ୍ଧା ମାଂସ ମିଳିଥିଲା ​​|
ଗୋରକ୍ଷକମାନେ ଏହାକୁ ଗୋମାଂସ ବୋଲି କହିଥିଲେ। ଏହା ପରେ ବହୁତ ଗଣ୍ଡଗୋଳ ହୋଇଥିଲା। ଏ ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ବସ୍ତିରେ ରହୁଥିବା ଲୋକଙ୍କୁ ପୋଲିସ ଷ୍ଟେସନକୁ ନିଆଯାଇଥିଲା। ଏହି ସମୟରେ ଗୋମାଂସ ଖାଇଥିବା ସନ୍ଦେହରେ ଦୁଇ ଯୁବକଙ୍କୁ ଗୋରକ୍ଷକର କିଛି ସଦସ୍ୟ ନିର୍ଦ୍ଧୁମ ମାଡ ମାରିଥିଲେ | ଆଉ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଥିଲା | ବର୍ତ୍ତମାନ ଶାନ୍ତି ବଜାୟ ରଖିବା ପାଇଁ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

nis-ad
Leave A Reply

Your email address will not be published.