ସିଏଚଏସଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ବର: CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଏକକାଳୀନ ୩ଟି ସ୍ଥାନରେ ଚାଲିଛି ଚଢାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ ।

ଭୁବନେଶ୍ବରରେ ୨ଟି ଓ ଜଗତସିଂହପୁର ପୈତୃକ ଘରେ ରେଡ୍ ଚାଲିଛି। ସରକାରୀ କାର୍ଯ୍ୟାଳୟ ଓ ପଟିଆ ସ୍ଥିତ ଘର, ଭୁବନେଶ୍ବର କାନନ ବିହାର ସ୍ଥିତ ୪ ମହଲା ଘରେ ଚାଲିଛି ରେଡ୍ । ଭୁବନେଶ୍ବର ସାମନ୍ତରାପୁର ଅଫିସ ଓ ଜଗତସିଂହପୁର କେଉପଡ଼ା ସ୍ଥିତ ପୈତୃକ ବାସଭବନରେ ଚାଲିଛି ଚଢ଼ାଉ ।

CHSE ଅଧିକାରୀଙ୍କ ବିରୋଧରେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘରେ ଚଢ଼ାଉ କରିଥିବା ଜଣାଯାଇଛି। ରେଡରେ ୩ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ , ୫ ଜଣ ଏସଆଇ ଓ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି।

nis-ad
Leave A Reply

Your email address will not be published.