ସରକାରଙ୍କ ସ୍କାନରରେ ରାଜ୍ୟର ୯୧ ବିଡିଓ

ଭୁବନେଶ୍ବର: ସରକାରଙ୍କ ହରଡଘଣାରେ ରାଜ୍ୟର ୯୧ ଦୁର୍ନିତିଖୋର ବିଡିଓ । ରାଜ୍ୟରେ ୯୧ ଜଣ ବ୍ଲକ ଉନ୍ନୟନ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରଧିନ ଅବସ୍ଥାରେ ଅଛି ।

ଆଜି ଏମିତି କିଛି ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ବିଭାଗୀୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି, ବିଭାଗୀୟ ସ୍କାନରରେ ରାଜ୍ୟର ମୋଟ ୯୧ ବିଡିଓ ରହିଛନ୍ତି । ୯୧ ବିଡିଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ଅବସ୍ଥାରେ ଅଛି । ସେମାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ । ଯାହାକୁ ବର୍ତ୍ତମାନ ବିଚାରକୁ ନିଆଯାଇଛି । ବିଭିନ୍ନ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ।

nis-ad
Leave A Reply

Your email address will not be published.