ଗଞ୍ଜାମ ଜିଲ୍ଲାରେ ଥିବା ସରକାରୀ ଜମି ମାଫିଆ ଙ୍କ କବ୍ଜାରେ : ବିଜେପି ସରକାରଙ୍କ ଜମି ଉଚ୍ଛେଦ ନିୟମ କୁ ପ୍ରଶାସନ ର ଫୁ ..!

ଇଡ଼ି.., ଜିଏସ ଟି.., ସିବିଆଇ ଭୟରେ ଜମି ମାଫିଆ…!!

ବ୍ରହ୍ମପୁର :- ଗତ ଦିନର ବିଜେଡି ଦଳୀୟ ଶାସନ କାଳରେ ଜମି କେଳାଙ୍କାରୀ କରି ଜମି ମାଫିଆ ଏବଂ ସରକାରୀ ବାବୁ ମାନେ କୋଟି କୋଟି ଟଙ୍କା ହାତେଇ ଚାଲିଥିଲେ। ଯାହାର ଫଳ ସ୍ୱରୂପ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସରକାରୀ ଜମି, ଜଙ୍ଗଲ ଜମି,ବନ ସଂରକ୍ଷଣ ପାହାଡ଼,ପଥର ଖଣି, ଏପରିକି ଗୋଚର, ପତିତ ଗ୍ରାମକଣ୍ଟକ ଜମି ଗୁଡିକ ବେନିୟମ ଭାବେ ରାଜନୈତିକ ବ୍ୟବସାୟୀ, ଓ ଜମି ମାଫିଆ ବ୍ୟକ୍ତି ମାନେ ଜବର ଦଖଲ କରି ନେଇଛନ୍ତି । ତା ସାଙ୍ଗକୁ ଜମି ମାଫିଆ ଓ ସରକାରୀ ବ୍ୟକ୍ତି ବିଶେଷ ମଧ୍ୟ ଅନେକ ଗୁଡ଼ିଏ ବେନିୟମ ଭାବେ କିସମ ବଦଳାଇ ବାସହୀନ ପଟ୍ଟା ନିଜ ନାମରେ କରାଇ ଜମିକୁ ଜବର ଦଖଲ କରି ସେଠାରେ ଘର କରି ରହିଆସୁଛନ୍ତି ବୋଲି ମଧ୍ୟ ଅଭିଯୋଗ ଆସୁଛି । ରାଜସ୍ୱ ଅଧିକାରୀଙ୍କ ପକେଟ ଗରମ କରି ଯିଏ ଯେମିତି ପାରିଲା ଗଞ୍ଜାମ ଜିଲ୍ଲା ଯଥା ବ୍ରହ୍ମପୁର ସହର, ତଥା କୁକୁଡାଖଣ୍ଡି, କନିସି, ଦିଗପହଣ୍ଡି, ଚିକିଟି, ଛତ୍ରପୁର ଆଦି ଅଞ୍ଚଳରେ ବେଆଇନ ଭାବେ ଜମି ଜବର ଦଖଲ କରିନେଇଛନ୍ତି ବୋଲି ଅନେକ ଅଭିଯୋଗ ଆସିଛି ଏବଂ ନିୟମିତ ଭାବରେ ଅନେକ ଖବର ପ୍ରଚାର ଓ ପ୍ରସାର ବି ହେଉଛି, କିନ୍ତୁ ଜିଲ୍ଲା ପ୍ରଶାସନ ଏଠାରେ ଧୃତରାଷ୍ଟ ପାଲଟିଛି କହିଲେ କିଛିବି ଭୁଲ ହେବ ନାହିଁ । ସୂଚନା ଥାଉକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁ ମଧ୍ୟ ମାନୁ ନାହାନ୍ତି ପ୍ରଶାସନ ଅନେକ ପ୍ରଧାନମନ୍ତ୍ରୀ ଆବାସ ଗୃହ ସରକାରୀ ଜମିରେ ନିର୍ମାଣ ହୋଇଥିବା ବି ନଜିର ରହିଛି ଯାହାକି ସୂଚନା ଆଇନ ତଥ୍ୟ ବି ରହିଛି l ଗଞ୍ଜାମ ଜିଲ୍ଲାର ଜମି ମାଫିଆ ମାନଙ୍କ ଦ୍ଵାରା କିଛି ରାଜ୍ୟସ୍ୱ ବିଭାଗର କର୍ମଚାରୀ ଓ ଅଧିକାରୀ ମାନେ ମଧ୍ୟ ଏହି ଜମି ଜବର ଦଖଲ କରିବାରେ ସବା ଆଗରେ ରହିଛନ୍ତି ବୋଲି ଅଭିଯୋଗ ଆସୁଛି । ବ୍ରହ୍ମପୁର ସହରର କିଛି ସ୍ଥାନରେ ପୂର୍ବରୁ ସରକାରୀ ଜମିରେ ଓଡିଶା ସରକାରଙ୍କ ନିଷିଦ୍ଧାଞ୍ଚଳ ବୋର୍ଡ଼ ମଧ୍ୟ ଲଗାଯାଇଥିଲା । ହେଲେ ବିଭାଗୀୟ ବ୍ୟକ୍ତି ବିଶେଷଙ୍କ ଆର୍ଥିକ ଲୋଭ ଅଥବା ପ୍ରାଭାବ ଶାଳୀ ବ୍ୟକ୍ତିଙ୍କ ପ୍ରଭାବରୁ ସେ ସବୁ ଜମିରେ ଏବେ ବଡ଼ ବଡ଼ କୋଠା ନିର୍ମାଣ ହୋଇସାରିଥିବା ବେଳେ ସରକାରୀ ବୋର୍ଡ଼ ଓ ଏହାର କଟକଣା ସବୁ ଲୋକ ହସା ସଦୃଶ୍ୟ ହୋଇରହିଛି l କିଛି ସରକାରୀ ଜମି କୁ କିଛି ମାଫିଆ ଵୃଦ୍ଧାଶ୍ରମ ଓ ଗୋଶାଳା ନାମରେ ମଧ୍ୟ ମାଡି ବସିଥିବା ନଜିର ରହିଛି, କେବଳ ନାମକୁ ମାତ୍ର ଗଞ୍ଜାମ ଜିଲ୍ଲାର ପ୍ରଶାସକଙ୍କ ଗହଳ ଚହଳ ନଚେତ ଏମାନେ କୌଣସି କାମକୁ ନୁହଁନ୍ତି ବୋଲି ଜନସାଧାରଣରେ ଆଲୋଚନା ହେଉଛି l ସମ୍ପୂର୍ଣ୍ଣ ଗଞ୍ଜାମ ଜିଲ୍ଲାରେ ଏହି ସମସ୍ୟା ମୁଣ୍ଡ ଟେକି ରହିଛି । ସୂଚନା ଥାଉକି କୁକୁଡାଖଣ୍ଡି ତହସିଲ ଅଞ୍ଚଳରେ ଏଭଳି ମାଳ ମାଳ ସରକାରୀ ଜମିକୁ ଜବର ଦଖଲ କରି ବିଭିନ୍ନ ପ୍ରଭାବ ଶାଳୀ ବ୍ୟକ୍ତି କୋଠା ନିର୍ମାଣ କରି ରହି ଆସୁଛନ୍ତି। ଜମି ମାଫିଆ ମାନେ ଲୋକଙ୍କୁ ଠକି ସରକାରୀ ଜମି ଦେବଦତ୍ତ ଜମି ଓ ଗୋଚର ଜମି ଗୁଡିକ କିସମ ବଦଳାଇ ବେଆଇନ ଭାବେ ବିକ୍ରିଭଟା କରାଯାଉଛି ବୋଲି ଅଭିଯୋଗ ହେଉଛି ଏହାବି ତଦନ୍ତ ସଫେକ୍ଷ ।ଏମିତି କି ସରକାରୀ ଜମିକୁ ମଧ୍ୟ ଜବର ଦଖଲ କାରୀ ରାଜସ୍ବ ବିଭାଗର ଜାଣତରେ ଓ ପ୍ରଶାସନ ର ସହଯୋଗରେ ବିକ୍ରିଭଟା କରୁଛନ୍ତି ଜମି ମାଫିଆ । ଏପରି ମାଫିଆ ମାନେ ସମଗ୍ର ଜିଲ୍ଲା ସାରା ସରକାରୀ ଜମି ସବୁ ଦଖଲ କରିଛନ୍ତି।ହେଲେ ସ୍ଥାନୀୟ ପ୍ରଶାସକ ଅଥବା ଜିଲ୍ଲା ପ୍ରଶାସନ କେହି ମଧ୍ୟ ଅଭିଯୋଗ ସତ୍ୱେ ଦୃଢ ପଦକ୍ଷେପ ଗ୍ରହଣ କରୁନାହାଁନ୍ତି। ଏଭଳି ସ୍ଥିତିରେ ନୂତନ ସରକାର ଦାୟିତ୍ୱ ଗ୍ରହଣ କରିବା ଦିନରୁ ଯେଉଁଭଳି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜମି କେଳେଙ୍କାରୀର ଖବର ସବୁ ସାମ୍ନାକୁ ଆସିବାରେ ଲାଗିଛି ତାକୁ ଆହୁରି ଅଧିକରୁ ଅଧିକ ଖୋଳତାଳ କରି ସରକାରୀ ଜମି, ଗୋଚର ଜମି ରୁ ଜବରଦଖଲ ଗୁଡ଼ିକ ସବୁ ଉଚ୍ଛେଦ କରିବା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରାଜ୍ୟର ନୂତନ ବିଜେପି ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳ ମାନଙ୍କୁ RDM- LRGEB-POLICY-0001-2024/21855/R&DM, Date 6-7-24 ରେ ନିର୍ଦ୍ଦେଶ ଦିଆଯାଇଛି। ଆଉ ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟ କ୍ଷମ କରି ବିଭିନ୍ନ ଜିଲ୍ଲାରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇସାରିଲାଣି କିନ୍ତୁ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ,ତହସିଲ ଦାର ଓ କର୍ମଚାରୀ ବର୍ତ୍ତମାନ ପର୍ଯ୍ୟନ୍ତ ଶୋଇଛନ୍ତି l କାରଣ ଏଠି ଯେଉଁସବୁ ଜମି ଜବର ଦଖଲ ହୋଇଛି ସେ ସବୁ ପାଇଁ ମୋଟା ଅଙ୍କ ସାଙ୍ଗକୁ ମନ ପସନ୍ଦର ଉପହାର ଆହୁରି କେତେ କଣ ଯେ ମିଳିଛି କହିହେବନି । ଏମିତିରେ ପ୍ରଶାସକ ମାନେ କଣ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚର୍ଚ୍ଚା ..? ଏହା ଏକ ବିରାଟ ପ୍ରଶ୍ନ ବାଚୀ.ମଧ୍ୟ .?? ଜନସାଧାରଣଙ୍କ ମତରେ ରାଜ୍ୟ ସରକାରଙ୍କ ଜମି ଜବରଦଖଲ ଉଚ୍ଛେଦ କୁ ନେଇ ରହିଥିବା ନିର୍ଦ୍ଦେଶ ଗଞ୍ଜାମ ଜିଲ୍ଲାର ପ୍ରଭାବ ଶୂନ୍ୟ ବୋଲି କୁହାଯାଉଛି l ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସରକାରୀ ଜମିକୁ ବେନିୟମ ଭାବେ ଜବରଦଖଲ କରିଥିବା ରାଜନୈତିକ ବ୍ଯକ୍ତି, ବ୍ୟବସାୟ ପ୍ରତିଷ୍ଠାନ ଏବଂ ବଡ କୋଠା, ଘର ନିର୍ମାଣ କରିଥିବା ବ୍ଯକ୍ତି ମାନଙ୍କ୍ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ,ନେବାକୁ ଦାବୀ ହେଉଥିବା ବେଳେ କିଛି ଦଲାଲ ସରକାର ଙ୍କ ଜମି ଉଛେଦକୁ ନେଇ ଆସିଥିବା ନିୟମ କୁ ବିଭିନ୍ନ ରାଜନୈତିକ ଦଳ, ସଙ୍ଘଗଠନ, ବିଭିନ୍ନ ସଂଘ ମାନଙ୍କ୍ ଜରିଆରେ ଜମି ଉଛେଦ ନିର୍ଦ୍ଦେଶ ରଦ୍ଦ କରିବା ପାଇଁ ସାଧାରଣ ରେ ଦାବୀ କରାଉଥିବା ବି ଦେଖିବାକୁ ମିଳିଲାଣି l ମାଫିଆ ମାନେ ବିଭିନ୍ନ ସଂଘର ସଭାପତି ଓ ସମ୍ପାଦକଙ୍କୁ ମୋଟା ଅଙ୍କ ର ପାଉଣା ଦେଇ ବିଭିନ୍ନ ସ୍ଥାନରେ ସଭା ସମିତି କରି ଜମି ଉଛେଦ ପ୍ରକ୍ରିୟା କିପରି ବନ୍ଦ ହେବ ସେ ନେଇ ପ୍ରସ୍ତୁତି ଆରମ୍ଭ କଲେଣି l କିଛି ଜମି ମାଫିଆ ଗଣ ମାଧ୍ୟମକୁ ସାହାରା କରି କିଛି ୱେବ ପୋର୍ଟାଲ ର ସମ୍ପାଦକ ଓ ମାଲିକାଣ ବି ହୋଇ ଗଲେଣି କାରଣ ପୋଲିସ କିମ୍ବା ପ୍ରଶାସନ କାଳେ ଏମାନଙ୍କୁ କିଛି କରି ପାରିବ ନାହିଁ l ଏହି ଦଲାଲ ମାଫିଆ ମାନେ ଇଡ଼ି ଓ ସି ବି ଆଇ କବଳରୁ କିଛି ମାତ୍ରାରେ ବଞ୍ଚିବା ପାଇଁ ଏହି ପରି ହୀନ ମାନସିକତା ର ସାହାରା ନେଉଛନ୍ତି l ଅନ୍ୟପକ୍ଷେ ଆଧିକାଂଶ ଜନସାଧାରଣ, ବୁଦ୍ଧିଜିବୀ ମାନେ ବିଜେପି ସରକାର ତଥା ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶକୁ ସ୍ଵାଗତ ଜଣାଇବା ସହିତ ଉଚିତ୍ ପଦକ୍ଷେପ ନେଇଛନ୍ତି ବୋଲି ସାଧୁ ବାଦ ଜଣାଇ ଥିବା ଶୁଣିବାକୁ ମିଳୁଛି l ଦେଖାଯାଉ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହି ନିୟମ କୁ କେବେ ମାନୁଛି..? ସୂଚନା ଥାଉକି ଯଦି ଗଞ୍ଜାମ ଜିଲ୍ଲା ରେ ଏହି ନିୟମ ଲାଗୁ ହେଲେ କେତେ ଜେ ପ୍ରଶାସନିକ ଅଧିକାରୀ, ଜମି ମାଫିଆ ବଳି ପଡିବେ ତାହାର ହିସାବ ନାହିଁ, ଓଡିଶା ରେ ସମସ୍ତ ଜିଲ୍ଲା ଠାରୁ ଅଧିକା ଜମି କେଳାଙ୍କାରୀ ଗଞ୍ଜାମ ଜିଲ୍ଲା ରେ ହୋଇଛି କହିଲେ କିଛିବି ଭୁଲ ହେବ ନାହିଁ l ତେଣୁ ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲା ପ୍ରତି ଧ୍ୟାନ ଦେବାକୁ ଜିଲ୍ଲାର ବୁଦ୍ଧିଜୀବୀ ଓ ସାଧାରଣ ରେ ଦାବୀ ହେଉଛି.. I

nis-ad
Leave A Reply

Your email address will not be published.