ଭୁବନେଶ୍ବର ପରେ କଟକରୁ ଠାବ ହେଲା ସିମ ବକ୍ସ ସେଟ ଅପ୍, ୬ ଟି ସିମବକ୍ସ ଜବତ

କଟକ : ଭୁବନେଶ୍ବର ପରେ କଟକରୁ ଠାବ ହେଲା ସିମ ବକ୍ସ ସେଟ ଅପ୍ । ମଧୁପାଟଣା ଥାନା ରାଜେନ୍ଦ୍ର ନଗରରୁ ଠାବ ହେଲା ସିମ ବକ୍ସ ସେଟ ଅପ୍ । ବାଂଲାଦେଶୀ ଲିଙ୍କରେ ଥିବା ଅଭିଯୁକ୍ତ ରାଜୁ ମଣ୍ଡଳକୁ ରିମାଣ୍ଡରେ ନେଇ କମିସନରେଟ ପୋଲିସ ହାସଲ କରିଛି ଗୁରୁତ୍ବପୂର୍ଣ୍ଣ ତଥ୍ଯ । ଜେରା ପରେ ଅଭିଯୁକ୍ତକୁ କଟକ ନେଇ ତନାଘନା କରିଥିଲା ତଦନ୍ତକାରୀ ଟିମ୍ । ରାଜେନ୍ଦ୍ରନଗରର ଏକ ଘରୁ ୬ଟି ସିମବକ୍ସ ଜବତ କରିଛି ।

ସେଥିରେ ଇଣ୍ଟରନେଟ କନେକ୍ ସନ ରହିଥିବା ବେଳେ ଅନେକ ସିମ ସଂଯୋଗ ହୋଇଛି । ଏସଏଫଏସଏଲ ଟିମ ସହାୟତାରେ ଏହାକୁ ଯାଞ୍ଚ କରାଯାଉଛି । ଗତକାଲି ରାଜୁ ମଣ୍ଡଳକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ୫ ଦିନିଆ ରିମାଣ୍ଡରେ ଆଣିଛି କମିସନରେଟ ପୋଲିସ ।

ଜେରା ବେଳେ ସିମ୍ ବକ୍ସ ରାକେଟର ଗୁମର ଖୋଲୁଛି ଅଭିଯୁକ୍ତ ରାଜୁ ମଣ୍ଡଳ ।  ରାଜୁ ମଣ୍ଡଳ ସଂପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ପ୍ରୟାସ ଜାରି ରଖିଛି କମିଶନରେଟ ପୋଲିସ । ତା’ ପରିବାର ଲୋକଙ୍କୁ ପଚରାଉଚରା କରିବାକୁ ଏକ ଟିମ୍ ପଶ୍ଚିମବଙ୍ଗ ଯିବ । ସ୍ଥାନୀୟ ପୋଲିସ ସହାୟତାରେ ତଦନ୍ତ କରାଯିବ ।

ରାଜ୍ୟରେ ଅଲଗା ଅଲଗା ସ୍ଥାନରୁ ସିମ ବକ୍ସ ଅପରେଟ ହେଉଥିଲା । ଏହାକୁ ଗୋପନୀୟ ଭାବେ ସଂଚାଳନ କରାଯାଉଥିବା କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ଏହି ସ୍ଥାନକୁ ଚିହ୍ନଟ କରାଯିବ । ରାଜୁ ମଣ୍ଡଳ ତଥ୍ୟ ଆଧାରରେ ତଦନ୍ତକାରୀ ଟିମ୍ ତନାଘନା ତଦନ୍ତ କରିବ । ସିମବକ୍ସ ରାକେଟର ମାଷ୍ଟରମାଇଣ୍ଡ ବାଂଲାଦେଶୀ ହୋଇଥିବାରୁ ତାକୁ କାବୁ କରିବାକୁ ଇଣ୍ଟରପୋଲର ସହାୟତା ଲୋଡିବ କମିସନରେଟ ପୋଲିସ ।

nis-ad
Leave A Reply

Your email address will not be published.