ଗିରଫ ହେଲେ ଯାଜପୁର CT&GST ଆସିଷ୍ଟାଣ୍ଟ କମିସନର

ଭୁବନେଶ୍ୱର: ଗିରଫ ହେଲେ ଯାଜପୁର CT&GST ଆସିଷ୍ଟାଣ୍ଟ କମିସନର ବିନୟ ଭୂଷଣ ତ୍ରିପାଠୀ ।  ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ । ବିଭିନ୍ନ ବ୍ୟାଙ୍କରେ ତାଙ୍କ ପରିବାର ଲୋକଙ୍କ ନାଁରେ ରହିଛି ଏକାଧିକ ଏକାଉଣ୍ଟ । ବ୍ୟାଙ୍କ ଏକାଉଣ୍ଟରେ ଅନେକ ଟଙ୍କା ଜମା ରହିଛି । ବହୁ ଟଙ୍କା ଲାଞ୍ଚ ନେଇଥିବା ଜଣାପଡ଼ିଛି । ଏକ ସ୍କ୍ରାପ ଗାଡିକୁ ଅଟକାଇ ୩ ଲକ୍ଷ ୨୦ ହଜାର ଟଙ୍କାର ଟିକସ ଜମା ପାଇଁ କହିଥିଲେ ବିନୟ ଭୂଷଣ ।  ପରେ ୨ ଲକ୍ଷ ୫୦ ହଜାର ଲାଞ୍ଚ ଦେଲେ ଗାଡି ଛାଡି ଦେବେ ବୋଲି କହିଥିଲେ ।

ଲାଞ୍ଚ ଟଙ୍କା ନ ମିଳିବାରୁ ଅନ୍ୟ ଜଣେ ସ୍କ୍ରାପ ବ୍ୟବସାୟୀକୁ ଡାକି ୨୨ ହଜାର ୨୪୦ କିଲୋଗ୍ରାମ ସ୍କ୍ରାପକୁ ୮ ଲକ୍ଷ ୮୯ ହଜାର ୬ ଶହ ଟଙ୍କାରେ ବିକି ଦେଇଥିଲେ। ବିଭାଗରେ ଟିକସ ଜମା କରିବା ପରେ ବଳକା ୫ ଲକ୍ଷ ୮୫ ହଜାର ୩୫୬ ଟଙ୍କା ନିଜେ ନେଇ ଯାଇଥିଲେ ବିନୟ ଭୂଷଣ ତ୍ରିପାଠୀ ।  ସେ ପୂର୍ବରୁ ମଧ୍ୟ ଏହିଭଳି କରିଥିବାର ଅଭିଯୋଗ ରହିଥିଲା ।  ଏ ସମ୍ପର୍କରେ ସବିଶେଷ ପ୍ରମାଣ ଯୋଗାଡ଼ କରିବା ପାଇଁ ଭିଜିଲାନ୍ସ ତାଙ୍କର ପାଞ୍ଚଟି ସ୍ଥାନରେ ଚଢ଼ାଉ କରାଯାଇଥିଲା ।

nis-ad
Leave A Reply

Your email address will not be published.