ଅନିଶ୍ଚିତତା ମଧ୍ୟରେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା..!ବଞ୍ଚିତ ହେବେକି ରାଜ୍ୟରେ କାର୍ଯ୍ୟରତ ପ୍ରାୟ ୮୭୧୭ ଜଣ ସାମ୍ବାଦିକଙ୍କ ପରିବାର….!
ବ୍ରହ୍ମପୁର:୧୬-୮ ନୂତନ ସରକାର ଙ୍କ ନୂଆ ନୂଆ ଯୋଜନା ସବୁ ଲୋକଙ୍କ ଭେଟି ଦେବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି।ଦୀର୍ଘ ବର୍ଷର ଦାବୀ ପରେ ବିଜେଡ଼ି ସରକାର ରାଜ୍ୟର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପାଇଁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ପ୍ରଣୟନ କରିଥିଲେ। ଏହି ଯୋଜନା ରେ ଓଡିଶା ର ୮୭୧୭ ଜଣ ସାମ୍ବାଦିକଙ୍କୁ ଚି଼ହ୍ନଟ କରି ସେମାନଙ୍କୁ ଏବଂ ତାଙ୍କ ପରିବାର ଉପକୃତ ହେଉଥିଲେ। ଚଳିତ ମାସ ଶେଷରେ ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନା ର ଅବଧି ସରିଯିବ ଏବେ ସୁଦ୍ଧା ପୁଣି ଏ ଯୋଜନା ଚାଲୁ ରହିବା ନେଇ ଅନିଶ୍ଚିତତା ମଧ୍ୟରେ ରହିଛି। ଗଣତନ୍ତ୍ର ର ଚତୁର୍ଥସ୍ତମ୍ଭ କେବଳ ନାଁ ରେ ହିଁ ବହୁ ସାମ୍ବାଦିକ ବଞ୍ଚି ରହିଛନ୍ତି। ହେଲେ ଆମ ରାଜ୍ୟରେ କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ଦୀର୍ଘ ବର୍ଷ ହେଲା ପେନସେନ ସାଙ୍ଗକୁ ଅନ୍ୟ ରାଜ୍ୟ ମାନଙ୍କରେ ସାମ୍ବାଦିକ ମାନଙ୍କୁ ମିଳୁଥିବା ବିଭିନ୍ନ ଯୋଜନା ଆମ ରାଜ୍ୟରେ ଲାଗୁ ପାଇଁ ଓଡିଶା ରେ ଥିବା ସାମ୍ବାଦିକ ସଙ୍ଘ ଦାବୀ କରି ଆସୁଛି କିନ୍ତୁ ସରକାର କର୍ଣ୍ଣପାତ କରୁନାହାନ୍ତି ସଙ୍ଘ ତରଫରୁ ଦାବୀ ସହିତ ଆନ୍ଦୋଳନ ବି କରାଯାଉଛି କିନ୍ତୁ ଫଳ ଶୂନ । ଓଡିଶା ରାଜ୍ୟ ସାମ୍ବାଦିକ ସଂଘ ସଭାପତି ଶ୍ରୀଯୁକ୍ତ କୈଳାଶ ନାୟକ ଅନେକ ଥର ସରକାର ଙ୍କ ନିକଟରେ ଦାବୀ ଉପସ୍ଥାପନା କରି ଆସୁଥିବା ନଜିର ରହିଛି l ଏହି ଭଳି ପରିସ୍ଥିତି ରେ ବିଜେଡ଼ି ସରକାର ଙ୍କ ସମୟରେ ସାମ୍ବାଦିକ ମାନଙ୍କ ପାଇଁ ଲାଗୁ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନା ଚାଲୁ ରଖିବାକୁ ସାମ୍ବାଦିକ ମାନେ ସରକାର ଙ୍କ ନିକଟରେ ଦାବୀ ରଖିଛନ୍ତି । କାରଣ ଏହି ସ୍ୱାସ୍ଥ୍ୟ ବୀମା ଦ୍ୱାରା କେବଳ ସାମ୍ବାଦିକ ନୁହନ୍ତି ସେମାନଙ୍କ ପରିବାର ବି ଉପକୃତ ହେଉଥିଲେ ତେଣୁ ସରକାର ସାମ୍ବାଦିକ ମାନଙ୍କ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ଏହାକୁ ବଳବତ ରଖିବାକୁ ଓଡିଶା ରାଜ୍ୟ ସାମ୍ବାଦିକ ସଂଘ ତରଫରୁ ଦାବୀ ହୋଇଛି l