ମାଓବାଦୀଙ୍କ ବର୍ବରତା ସୁକୁମା ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା…

ମାଲକାନଗିରି : ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା କଲେ ମାଓବାଦୀ । ଗତ ଦଶ ଦିନ ତଳେ ମୃତ ଛାତ୍ରଙ୍କ ବଡ ଭାଇଙ୍କୁ ମଧ୍ୟ ମାଓବାଦୀ ମାନେ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲେ । ସୁକୁମା ଜିଲ୍ଲାର ଜାଗରକୋଣ୍ଡା ଥାନା ଅନ୍ତର୍ଗତ ପୁବର୍ତ୍ତୀ ଗାଁର ଦଶମ ଶ୍ରେଣୀ ଛାତ୍ର ସୋୟାମ ଶଙ୍କର ପୋଲିସର ସୂଚନାଦାତା ବୋଲି ଅଭିଯୋଗ କରି ନକ୍ସଲ ମାନେ ଅତି ନିର୍ମମ ଭାବେ ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ସପ୍ତାହ ପୂର୍ବରୁ ମାଓବାଦୀ ମାନେ ଶଙ୍କରଙ୍କ ଭାଇ ସୋୟାମ ଦୁର୍ଭା କୁ ଗାଁରେ ଗୋଡ଼ାଇ ବାଡ଼ିରେ ପିଟି ପିଟି ହତ୍ୟା କରିଥିଲେ ।ସୁକୁମା ଏସପି କିରଣ ଚୌହାନ କହିଛନ୍ତି ଯେ ମାଓବାଦୀ ମାନେ ପୋଲିସ ଇନଫର୍ମର ସନ୍ଦେହରେ ସେମାନଙ୍କୁ ହତ୍ୟା କରିଛନ୍ତି । ହେଲେ ସେମାନେ ପ୍ରକୃତରେ ପୋଲିସ ଇନଫର୍ମର ନଥିଲେ ବରଂ ଗାଁ ର ସାଧାରଣ ଆଦିବାସୀ ରହିଥିଲେ । ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଯୋରଦାର କୁମିଂ ଅପରେସନ ଆରମ୍ଭ ହୋଇଥିବା ନେଇ ସୁଚନା ଦେଇଛନ୍ତି ସୁକୁମା ଏସପି ।

nis-ad
Leave A Reply

Your email address will not be published.