ବ୍ରହ୍ମପୁର:୧୫-୮ସ୍ୱାଧୀନତା ଦିବସ ଅବସରରେ ଆସିକା ବ୍ଲକର ବଡ଼ଖୋଲି ପଞ୍ଚାୟତର ବିଦ୍ୟାଳୟ ରେ ଅବଧି ସରିଥିବା ବିସ୍କୁଟ ବଣ୍ଟନ ଅଭିଯୋଗ। ସାନଖୋଲି ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ଆଜି ୮.୧୦. ୨୦୨୩ ରେ ଅବଧି ସରିଥିବା ବିସ୍କୁଟ ପିଲା ମାନଙ୍କୁ ବଣ୍ଟନ କରାଯାଇଥିଲା। ଏ ସମ୍ପର୍କରେ ସୋସି ଆଲ ମିଡ଼ିଆ ରେ ଫୋଟ ଭିଡିଓ ଭାଇରଲ ହୋଇଛି। କୁଆଡ଼େ ଏ ବିସ୍କୁଟ ସେ ପଞ୍ଚାୟତ ର ସରପଞ୍ଚ ଦେଇଥିବା ଚର୍ଚ୍ଚା ହେଉଛି। ଅବଧି ସରିଥିବା ବିସ୍କୁଟ ବଣ୍ଟନ ସମ୍ପର୍କ ରେ ଆସିକା ବିଈଓ ଙ୍କୁ ପଚାରିବାରୁ ମେଡମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକଙ୍କୁ ପଚାରିବି ବୋଲି କହିଛନ୍ତି। କେତେକ ପିଲା ଏ ବିସ୍କୁଟ ଖାଇ ବାନ୍ତି କରବା ଖବର ମଧ୍ୟ ଶୁଣିବାକୁ ମିଳିଛି। ହେଲେ କୌଣସି ଛାତ୍ର ଛାତ୍ରୀ ଚିକିତ୍ସାଳୟ କୁ ଆସିନଥିବା ଜଣାପଡିଛି। ଏ ବିଦ୍ୟାଳୟ ରେ ବିସ୍କୁଟ ଦେଲା କିଏ ଶିକ୍ଷକ ମାନେ ଅବଧି ସରିଥିବା ବିସ୍କୁଟ ବଣ୍ଟନ କରିଲେ କିପରି ବୋଲି ଏବେ ଚର୍ଚ୍ଚାର ବିଷୟ ହୋଇଛି।
Sign in
Sign in
Recover your password.
A password will be e-mailed to you.