ଅନାସ୍ଥା ପ୍ରସ୍ତାବରେ ହାରିଲେ ଭବାନୀପାଟଣା ପୌରାଧ୍ୟକ୍ଷ

କଳାହାଣ୍ଡି : ଅନାସ୍ଥା ପ୍ରସ୍ତାବରେ ହାରିଲେ ଭବାନୀପାଟଣା ପୌରାଧ୍ୟକ୍ଷ। ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିପକ୍ଷରେ ସମସ୍ତ ୨୦ ୱାର୍ଡର କାଉନସିଲର ଭୋଟ ଦେଇଥିଲେ। ସକାଳ ୧୧ଟାରେ ଅନାସ୍ଥା ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ବିଜେଡିର ୧୮ କାଉନସିଲର ସମେତ ଭାଜପା ଓ କଂଗ୍ରେସର ଜଣେ ଲେଖାଏ କାଉନସିଲର ସଂଯୁକ୍ତା ବେହେରାଙ୍କ ବିରୋଧରେ ଭୋଟ ଦେଇଥିଲେ ବୋଲି ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ କହିଛନ୍ତି। ଅନାସ୍ଥା ପ୍ରସ୍ତାବରେ ଅଧ୍ୟକ୍ଷା ହାରିବା ପରେ କାଉନସିଲରମାନେ ବାଣ ଫୁଟାଇ ଖୁସି ବ୍ୟକ୍ତ କରିଛନ୍ତି।

nis-ad
Leave A Reply

Your email address will not be published.