କୋଟିଏ ଟଙ୍କାର ଚୋରି ସାମଗ୍ରୀ ଜବତ, ୬ ଗିରଫ

କାମାକ୍ଷାନଗର: ଧରାପଡ଼ିଲେ ‘ସ୍କୁଲ ଚୋର’। ଚୋରଙ୍କ ଚୋରୀ ଦେଖି ତାଜୁବ୍ ପୋଲିସ। ସ୍କୁଲ, ପଞ୍ଚାୟତ ଘରେ କରୁଥିଲେ ଚୋରି । ଆଖି ପିଛୁଳାକେ ଖାଲି କରି ଦେଉଥିଲେ ସ୍କୁଲ୍ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ୬ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଲା ଢେଙ୍କାନାଳ ପୋଲିସ । ଲୁଟେରାଙ୍କ ଠାରୁ କୋଟିଏ ଟଙ୍କାର ଚୋରି ସାମଗ୍ରୀ ଜବତ କରିବା ସହ ସମସ୍ତ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ବିଜୟ ପରିଡ଼ା, ସତ୍ୟବାନ ପ୍ରଧାନ, ଅଞ୍ଜନ ବେହେରା, ବିରସା ବେହେରା, କାହ୍ନୁ ନାଏକ ଏବଂ ପ୍ରକାଶ ନାଏକ । ଗିରଫ ଅଭିଯୁକ୍ତମାନେ ଗତ ୨୦୨୨ରୁ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍କୁଲ ଓ ପଞ୍ଚାୟତ ଅଫିସ ଗୁଡ଼ିକରୁ ଚୋରି କରୁଥିଲେ । ବିଶେଷକରି ଢେଙ୍କାନାଳ ଓ ଅନଗୁଳ ଜିଲ୍ଲାରେ ସକ୍ରିୟ ଥିଲା ଏହି ଗ୍ୟାଙ୍ଗ । ଗତ ୩ ବର୍ଷରେ ଏମାନଙ୍କ ବିରୋଧରେ ୬୪ଟି ଅପରାଧିକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତମାନଙ୍କଠାରୁ ବିଭିନ୍ନ ବିଦ୍ୟୁତ୍‌ ସାମ୍ରଗୀ ସହ ଅନ୍ୟାନ  ଚୋରି ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ ।

nis-ad
Leave A Reply

Your email address will not be published.