ତାସ ଖେଳରୁ ହତ୍ୟାକାଣ୍ଡ, ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ

ଦେଓଗଡ଼ : ତାସ ଖେଳରୁ ହତ୍ୟାକାଣ୍ଡ । ଦେଓଗଡ଼ ଜିଲ୍ଲା କୁଣ୍ଡେଇଗୋଳା ଥାନା ଗମ୍ୱାରିପାଳ ଗାଁରେ ତାସ ଖେଳକୁ ନେଇ ହତ୍ୟାକାଣ୍ଡ ଘଟିଛି । ଗମ୍ୱାରିପାଳ ଗାଁର ଅଜୟ ମୁଖି ଓ ତାଙ୍କର ଅନ୍ୟ ୩ଜଣ ବନ୍ଧୁ ମିଶି ତାସ ଖେଳୁଥିଲେ । ତାସ ଖେଳ ପରେ ମଦ୍ୟପାନ କରିଥିଲେ । ପରେ ପରସ୍ପର ମଧ୍ଯରେ କୌଣସି କଥାକୁନେଇ ବଚସା ମଧ୍ଯ ହୋଇଥିଲା । କିନ୍ତୁ ଆଜି ସକାଳୁ ଅଜୟ ମୁଖିର ମୃତ ଦେହ ଗାଁ ନିକଟ ଇଟା ଭାଟି ନିକଟରୁ ଉଦ୍ଧାର କରାଯାଇଛି । ତାଙ୍କୁ କେହି ଟାଙ୍ଗିଆରେ ହତ୍ୟା କରିଥିବା ଅନୁମାନ କରାଯାଉଛି ।

ଘଟଣା ସ୍ଥଳରେ କୁଣ୍ଢେଇଗୋଳା ପୋଲିସ ପହଞ୍ଚି ଖେଳରେ ସାମିଲ ଥିବା ୨ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ଏଥିରେ ସମ୍ପୃକ୍ତ ଅନ୍ୟ ଜଣେ ବ୍ୟକ୍ତି ଫେରାର ଥିବା କହିଛନ୍ତି ପୋଲିସ । ତଦନ୍ତ ପରେ ମୃତ୍ୟୁର ପର୍ଦ୍ଦାଫାଶ ହେବବୋଲି ସୂଚନା ଦିଆଯାଇଛି । ସୂଚନା ଅନୁସାରେ ୭ ତାରିଖ ରାତିରେ ପାର୍କିଂକୁ ନେଇ ହୋଇଥିଲା ହତ୍ୟାକାଣ୍ଡ। ମୃତ ରଶ୍ମି ରଂଜନ ନାଁରେ ଦାଦା ବଟି, ଭାଇଗିରି ପାଇଁ ପୂର୍ବରୁ ୬ଟି ଅପରାଧିକ ମାମଲା ରହିଥିଲା । ଏୟାରଫିଲ୍ଡ ଥାନା କଲ୍ୟାଣୀ ପ୍ଲାଜା ହାଇଟେକ୍ ଆପାର୍ଟମେଣ୍ଟ ନିକଟରେ ମର୍ଡର ହୋଇଥିଲା । ରଶ୍ମି ଓ ସମ୍ବିତ ସ୍ଥାନୀୟ ଅଂଚଳର ଏକ କୋଠାଘରେ ରହୁଥିଲେ ।

ଉଭୟଙ୍କ ଚିକେନ ଦୋକାନ ରହିଛି । ବୁଧବାର ରାତିରେ ଗଣେଷ ମଲ୍ଲିକ ଓ ତା ସହଯୋଗୀଙ୍କ ସହ ଦୁଇ ସାଙ୍ଗଙ୍କ ଗାଡି ପାର୍କିଂକୁ ନେଇ ବଚସା ହୋଇଥିଲା । କାମ ସାରି ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଗଣେଷ ଓ ତା ସହଯୋଗୀ ଉଭୟଙ୍କୁ ଚାପଡରେ ହାଣି ହତ୍ୟା କରିଥିଲା ।

nis-ad
Leave A Reply

Your email address will not be published.