ବାଂଲାଦେଶୀ ସନ୍ଦେହରେ ୬ ଅଟକ ! ଘଟଣାସ୍ଥଳରେ ଉତ୍ତେଜନା

ବାସୁଦେବପୁର: ବାଂଲାଦେଶରେ ହିଂସା ଚାଲିଥିବା ବେଳେ ଭାରତକୁ ଅନୁପ୍ରବେଶ ଭୟ ବଢ଼ିଛି। ବିଶେଷ କରି ଜଳ ପଥ ଦେଇ ବାଂଲାଦେଶୀ ଓଡ଼ିଶାକୁ ପଶି ଆସିବା ଭୟ ରହିଛି । ଏଥିପାଇଁ ସମୁଦ୍ର ପଥ ଉପରେ କଡ଼ା ନଜର ରଖାଯାଇଛି । ବାସୁଦେବପୁରରେ ବାଂଲାଦେଶୀ ସନ୍ଦେହରେ ୬ ଜଣଙ୍କୁ ଅଟକ ରଖି ପୋଲିସ ଜିମାରେ ଦେଇଛନ୍ତି ସ୍ଥାନୀୟ ଲୋକେ । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ସକାଳୁ ବାସୁଦେବପୁର ବଜାରର ହାଇସ୍କୁଲ ଛକ ନିକଟରେ ଏକ ଅଟୋରେ ୬ ଜଣ ଯାଉଥିବା ସମୟରେ ବାଂଲାଦେଶୀ ସନ୍ଦେହରେ ସ୍ଥାନୀୟ ଲୋକେ ଅଟକାଇଥିଲେ । ସେମାନଙ୍କର ପରିଚୟ ମାଗିଥିଲେ । କିନ୍ତୁ ସଠିକ୍ ପରିଚୟ ଦେଇ ନପାରିବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ବାସୁଦେବପୁର ଥାନାକୁ ଖବର କରିଥିଲେ ସ୍ଥାନୀୟ ଲୋକ। ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ପୋଲିସ ।

ଅନ୍ୟପଟେ ବାଂଲାଦେଶୀଙ୍କ ପ୍ରତି ନଜର ରଖାଯାଇଥିବା କହିଛନ୍ତି ପୋଲିସ ଡିଜି । ସମୁଦ୍ର ପଥରେ ବୋଟ୍‌ ଯୋଗେ ଆସିବା ସମ୍ଭାବନା ଥିବାରୁ ନଜର ରହିଛି। ପାଟ୍ରୋଲିଂ ବଢ଼ାଇବାକୁ ୧୮ଟି ସାମୁଦ୍ରିକ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ାକୁ ବିଶେଷ ଭାବେ ଆଲର୍ଟ କରାଯାଇଛି । ସମୁଦ୍ରରେ ୫ ନଟିକାଲ ମାଇଲ୍‌ ପର୍ଯ୍ୟନ୍ତ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ସବୁ ସାମୁଦ୍ରିକ ଥାନାକୁ ଅଧିକ ଷ୍ଟାଫ୍‌ ଓ ସହଯୋଗ ଯୋଗାଇ ଦିଆଯାଇଛି । ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି, କଡ଼ା ନଜର ରଖାଯାଇଛି ବୋଲି ଡିଜିପି କହିଛନ୍ତି ।

nis-ad
Leave A Reply

Your email address will not be published.