ନକଲି ଇଞ୍ଜିନ ଅଏଲ ପ୍ରସ୍ତୁତ କାରଖାନା ଠାବ, ୩ ଗିରଫ

ବ୍ରହ୍ମପୁର : ଅସଲି ଡବାରେ ନକଲି ତେଲ । ନାମୀ ବ୍ରାଣ୍ଡର ଲେବଲ ଲଗାଇ ନକଲି ଇଞ୍ଜିନ ଅଏଲ ବିକ୍ରି । ବ୍ରହ୍ମପୁରରେ ବେଆଇନ ଓ ନକଲି ଇଞ୍ଜିନ ଅଏଲ ପ୍ରସ୍ତୁତ କାରଖାନା ଠାବ ହୋଇଛି । ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ ବଜାର ଥାନା ପୋଲିସ୍ । ଗିରଫ ଅଭିଯୁକ୍ତ ହେଲେ ମାଷ୍ଟର ମାଇଣ୍ଡ ତଥା କାରଖାନାରେ ମାଲିକ ମହମ୍ମଦ ଇଜାଜ୍, ମନୋଜ କୁମାର ସାହୁ ଓ ମନୁ ପାତ୍ର ।

ଏହା ସହ ବିପୁଳ ପରିମାଣର ଇଞ୍ଜିନ ଅଏଲ ଡବା ଏବଂ ନକଲି ଅଏଲ ତିଆରି ସାମଗ୍ରୀ ଜବତ ହୋଇଛି । ଆସିକା ରୋଡସ୍ଥିତ ମିଲ ରୋଡ ସାହିରେ ଏକ ଭଡ଼ା ଘରେ ଚାଲିଥିଲା ଏହି ବେଆଇନ ଅଏଲ ପ୍ରସ୍ତୁତି । ପୋଡ଼ା ତେଲରେ ରଙ୍ଗ ମିଶାଇ ପ୍ରସ୍ତୁତ ହେଉଥିଲା ଇଞ୍ଜିନ୍ ଅଏଲ । ଏନେଇ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା ବଡ଼ ବଜାର ଥାନା ପୋଲିସ ।

ଚଢାଉ ବେଳେ ବିପୁଳ ପରିମାଣର ଅଏଲ୍ ପ୍ରସ୍ତୁତି ସାମଗ୍ରୀ ସହ , ଠିପି, ଲେବେଲ ଓ ବୋତଲ ଜବତ ହୋଇଛି । ଏହି ସମସ୍ତ ସାମଗ୍ରୀ କୋଲକାତାରୁ ଆସୁଥିବା ଜଣାପଡିଛି । ଏଥିରେ ସଂପୃକ୍ତି ଅଭିଯୋଗରେ ପୋଲିସ ଗିରଫ କରିଛି । ଏହା ସହ ନକଲି ଅଏଲ ପ୍ରସ୍ତୁତି ଓ ବିକ୍ରି କାରବାରର ଚେର କେଉଁ ଆଡ଼େ ବ୍ୟାପଛି ସେ ନେଇ ତଦନ୍ତ କରୁଛି ପୋଲିସ୍ ।

nis-ad
Leave A Reply

Your email address will not be published.