କୋଟିପତି ବିଡ଼ିଓ, ଘରୁ ମିଳିଲା ୬ଲକ୍ଷ ନଗଦ ଟଙ୍କା

ଭୁବନେଶ୍ୱର; ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠଗଡ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ପ୍ରଦୀପଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ ଓ ଆଠଗଡ ସମେତ ଏକକାଳୀନ 8ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି।

ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଖୋର୍ଦ୍ଧା ଭଲିଆବାଡ଼ିରେ ଥିବା ବିଲ୍ଡିଂ, ରାଜସୁନାଖଳାରେ ଥିବା 3 ମହଲା କୋଠା,ରାଜ ସୁନାଖଳାରେ ଥିବା ପୈତୃକ ଘର, ଭୁବନେଶ୍ୱର ଗୌତମନଗରସ୍ଥିତ ଶ୍ରୀ ଏନକ୍ଲେଭ ଆପାର୍ଟମେଣ୍ଟ ଦ୍ୱିତୀୟ ମହଲାରେ ଥିବା ଘର, ଖୋର୍ଦ୍ଧା ପିଚୁକୁଳିରେ ଥିବା ସମ୍ପର୍କୀୟଙ୍କ ଘର, ଆଠଗଡ଼ରେ ଥିବା ଅଫିସ ଓ କ୍ୱାର୍ଟସରେ ରେଡ କରାଯାଉଛି। ଚଢ଼ାଉରେ ସାମିଲ ଅଛନ୍ତି 6 ଜଣ ଡିଏସପି, 6 ଜଣ ଇନ୍ସପେକ୍ଟର, 10 ଜଣ ଏଏସଆଇ ଓ ଅନ୍ୟ ଷ୍ଟାଫ ।

ସବିଶେଷ ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ବିଡିଓ ପ୍ରଦୀପ କୁମାର ସାହୁଙ୍କର 2ଟି ବିଲ୍ଡିଂ, ଭୁବନେଶ୍ୱରରେ ଗୋଟିଏ ଫ୍ଲାଟ, 3ଟି ପ୍ଲଟ, 6ଲକ୍ଷ ନଗଦ ଟଙ୍କା, ଗୋଟିଏ ଚାରିଚକିଆ ସହ ସୁନାଗହଣା ଜବତ କରିଛି ଭିଜିଲାନ୍ସ l

nis-ad
Leave A Reply

Your email address will not be published.