ନଟରାଜ କଳା ମନ୍ଦିର ଦ୍ଵାରା ବର୍ଷା ଉତ୍ସବ ୨୦୨୪ ଅନୁଷ୍ଠିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ନଟରାଜ କଳା ମନ୍ଦିର ଦ୍ଵାରା ବର୍ଷା ଉତ୍ସବ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବାଲିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଚ୍ୟୁତାନନ୍ଦ ଜାନି, ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ, ଡି ଏସ୍ ପି କମଳ କୁମାର ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ସ୍ଵତନ୍ତ୍ର ସରକାରୀ ଆଇନଜିବୀ ବିଜୟ କୃଷ୍ଣ ପଟ୍ଟନାୟକ, ରୋଟାରୀ କ୍ଲବର ସଭାପତି ବିପ୍ର ଚରଣ ପାତ୍ର, ଜଗନ୍ନାଥ ମନ୍ଦିର ର ସମ୍ପାଦକ ତଥା ବରିଷ୍ଠ ଆଇନଜିବୀ ହରିଶ୍ଚନ୍ଦ୍ର ମହାରଣା , ହିଞ୍ଜିଳିକାଟୁମହାବିଦ୍ୟାଳୟ ଅଧ୍ୟକ୍ଷ୍ୟ ଦୀନବନ୍ଧୁ ମହାନ୍ତି, ପ୍ରାଧ୍ୟାପିକା ଜ୍ୟୋତିର୍ମୟୀ କହଁର ଆଦି ଯୋଗ ଦେଇଥିଲେ । ଏହି ଅବସରରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ଵ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଜାଇଥିଲା।
ସଙ୍ଗୀତ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାରୁ ରବିନାରାୟଣ ଦାସ, ବୌଦ୍ଧରୁ ଲକ୍ଷ୍ମୀ ନାରାୟଣ ପୁରୋହିତ, କନ୍ଧମାଳ ଜିଲ୍ଲାର ତନୁଜା ମହାନ୍ତି, ଶରତ ଚନ୍ଦ୍ର ପଟ୍ଟନାୟକ, ନୃତ୍ୟରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରୁ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରି ମଧ୍ୟ ଓଡିଶୀ ନୃତ୍ୟ ପାଇଁ ସମର୍ପିତ ହୋଇଥିବା ନୁର ରାଜାଙ୍କୁ, ବୋଲଗୋଡ଼ ଖୋର୍ଦ୍ଧା ରୁ ଆସିଥିବା ଏବଂ ପ୍ରାର୍ଥନା ଚ୍ୟାନେଲ୍ ରେ ପ୍ରସାରିତ ପ୍ରାର୍ଥନା ପ୍ରତିଭା କାର୍ଯ୍ୟକ୍ରମରେ ବିଜେତା ଘୋଷିତ ସାଇ ସୌମ୍ୟକାନ୍ତ ଙ୍କୁ , ବୁର୍ଲା, ସମ୍ବଲପୁର ରୁ କୁନି ପ୍ରତିଭା, ଗୀତାଶ୍ରୀ ଏବଂ ସାନଭି, ଖୋର୍ଦ୍ଧା ରୁ ଶ୍ରୀମୟୀ ମହାପାତ୍ର, ବୁର୍ଲା ରୁ ସାନିକା ଦାସଙ୍କୁ ବର୍ଷା ସମ୍ମାନରେ ସମ୍ମାନୀତ କରାଯାଇଥିଲା।ଗୁରୁ ନୁର ରାଜାଙ୍କ ଆଦି ଦେବ ଓ ସୌମ୍ୟକାନ୍ତ ଙ୍କ ଅଭିନୟ କେଡେ ଛନ୍ଦ ଜାଣେଲୋ ସହି ଦର୍ଶକଙ୍କୁ ଅଭିଭୂତ କରିଥିଲା। ଏହା ସହ ନଟରାଜ କଳା ମନ୍ଦିର ଶିଳ୍ପୀଙ୍କ ଦ୍ଵାରା ଓଡିଶୀ ସମ୍ବଲପୁରୀ,ଭଜନ ଓ ଆଧୁନିକ ନୃତ୍ୟ ଦର୍ଶକଙ୍କୁ ଦୀର୍ଘ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।ଏହି କାର୍ଯ୍ୟକ୍ରମକୁ ଅଶୋକ କୁମାର ମହାନ୍ତି ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ବିନୋଦ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.