ନବଘନ ପାଟ୍ଟଶାଣୀ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତକୁ ବନ୍ଧିଲା ପୋଲିସ

ଭୁବନେଶ୍ୱର: ବରମୁଣ୍ଡା ନବଘନ ପାଟ୍ଟଶାଣୀ ଓରଫ ବାଙ୍କା ହତ୍ୟା ମାମଲା l ୨ ଜଣଙ୍କୁ ଗିରଫ କଲା କମିସନରେଟ ପୋଲିସ l ମୁଖ୍ୟ ଅଭିଯୁକ୍ତ ବଣ୍ଟି ସହିତ ଡ୍ରାଇଭର ବିଜୟ ନାୟକକୁ ଗିରଫ କଲା ପୋଲିସ l ଏଥିସହ ମୃତଦେହ ନେଇଥିବା ଇନୋଭା କାର୍‌କୁ ଜବତ କଲା ପୋଲିସ l ଟଙ୍କା କାରବାରକୁ ନେଇ ନବଘନକୁ ହତ୍ୟା କରିଥିଲା ବଣ୍ଟି l ଶ୍ରୀ ସାଇ ଲଜରେ ଘଟିଥିଲା ଏ ହତ୍ଯାକାଣ୍ଡ। ହୋଟେଲ୍‌ ରୁମ୍‌ରେ ଛୁରି ଭୁସି ହତ୍ୟା ପରେ ଗୋବିନ୍ଦପୁରରେ ଫିଙ୍ଗିଥିଲେ l ଏନେଇ ସୂଚନା ଦେଇଛନ୍ତି କମିଶନର ସଞ୍ଜୀବ ପଣ୍ଡା l

ସୂଚନା ଅନୁସାରେ, ଜୁଲାଇ ୧୯ ତାରିଖରେ ବିଲ୍ଡର ନବଘନ ପାଟ୍ଟଶାଣୀ ନିଖୋଜ ହୋଇଥିବା ନେଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ପୋଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଜୁଲାଇ ୨୯ ତାରିଖରେ ଗୋବିନ୍ଦପୁରରେ ଏକ ଅଜଣା ମୃତଦେହ ମିଳିଥିବା ସୂଚନା ପାଇଥିଲା ପୁଲିସ । ପରିବାର ଲୋକଙ୍କୁ ନେଇ ମୃତଦେହ ଚିହ୍ନଟ କରିବା ପରେ ତାହା ନବଘନ ପାଟ୍ଟଶାଣୀଙ୍କର ବୋଲି ଜଣାପଡିଥିଲା ।

nis-ad
Leave A Reply

Your email address will not be published.