ଜୋରରେ ଭାସିଯାଇ ଛାତ୍ରୀ ନିଖୋଜ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବସଲା ପଞ୍ଚାୟତ ସୁନାଭୁଇଁ ଗାଁ ନିକଟରେ ଥିବା ଜୋରରେ ଭାସିଗଲେ ଛାତ୍ରୀ । ପାଠ ପଢିବାକୁ ଯାଇ ଘରକୁ ଫେରିବା ବାଟରେ ଜୋର ପାର ହେଉଥିବା ବେଳେ ଛାତ୍ରୀ ଜଣକ ଜୋରରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି । ଛାତ୍ରୀ ଜଣକଙ୍କର ପରିଚୟ ପ୍ରୀତି ବେହେରା ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଲଗାଣ ବର୍ଷାରେ ଅନୁଗୁଳ ସହର ଓ ଏହାର ଆଖପାଖ ଅଞ୍ଚଳ ଜଳମଗ୍ନ ହୋଇ ଯାଇଛି । ଅଧିକାଂଶ ନଦୀ ନାଳରେ ବଢି ପାଣି କୁଳ ଖାଉଛି । ଏଭଳି ଅବସ୍ଥାରେ ସୁନାଭୁଇଁ ଗାଁର ପ୍ରୀତି ବେହେରା ନାମକ ଜଣେ ଛାତ୍ରୀ ସକାଳେ ବନ୍ତଳା ଅଞ୍ଚଳକୁ କମ୍ପ୍ୟୁଟର କ୍ଳାସ କରିବାକୁ ଯାଇଥିଲେ ।

ସେଠାରୁ ଫେରିବା ବେଳେ ଗାଁ ମୁଣ୍ଡରେ ଥିବା ଜୋର ଉପରେ ପାଣି ଯାଉଥିଲା । ତଥାପି ସାହସ ବାନ୍ଧି ସେ ଜୋର ପାର ହେଉଥିବା ବେଳେ ଗଭୀର ସ୍ରୋତରେ ଭାସି ଯାଇଥିଲେ । ଆଖପାଖରେ ଥିବା ଲୋକ କିଛି କରିବା ପୂର୍ବରୁ ସେ ସ୍ରୋତରେ ଭାସି ନିଖୋଜ ହୋଇ ଯାଇଛନ୍ତି । ଖବରପାଇ ଅନୁଗୁଳ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

nis-ad
Leave A Reply

Your email address will not be published.