ଦୁଇ ଦିନିଆ ରିମାଣ୍ଡରେ ଧୋକାବାଜ ୫ ସ୍ତ୍ରୀଙ୍କ ସ୍ବାମୀ

ଭୁବନେଶ୍ବର: ରିମାଣ୍ଡରେ ଗଲା ୫ ସ୍ତ୍ରୀଙ୍କ ସ୍ୱାମୀ ସତ୍ୟଜିତ ସାମଲ । ଆଜିଠୁ ୨ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ । ଖୋଳତାଡ଼ ପରେ ଖୋଲିବ ରସିକିଆ ପ୍ରେମିକର ସମସ୍ତ ଗୁମର ।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବରରେ ୫ ଜଣ ମହିଳାଙ୍କୁ ବିବାହ କରିଥିଲା ସତ୍ୟଜିତ । ଖାଲି ସେତିକି ନୁହେଁ ଆହୁରି ୪୯ ଜଣ ମହିଳାଙ୍କ ସହ ତାର ସମ୍ପର୍କ ମଧ୍ୟ ଥିଲା । ନିଜକୁ ଗୁଇନ୍ଦା ଇନ୍ସପେକ୍ଟର ବୋଲି ପରିଚୟ ଦେଉଥିଲା । ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ କରି ଟଙ୍କା ଠକେଇ କରୁଥିଲେ । ମହିଳାଙ୍କୁ ବାହା ହେବା ସହ ବିଭିନ୍ନ ଉପାୟରେ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲା ।

ତା ବିଷୟରେ ଜାଣିପାରି ଯଦି କୌଣସି ମହିଳା ତାକୁ ଟଙ୍କା ମାଗୁଥିଲେ, ସେ ଓଲଟା ବନ୍ଧୁକ ଦେଖାଇ ଧମକାଉଥିଲା । ସଂପୃକ୍ତ ୨ ଜଣ ମହିଳା ଥାନାରେ ଅଭିଯୋଗ କରିବା ପରେ କମିଶନରେଟ୍ ପୋଲିସ ଖୋଳତାଡ଼ କରିଥିଲା । ଅଗଷ୍ଟ ୩ ତାରିଖ ଦିନ ସତ୍ୟଜିତକୁ ପୋଲିସ ଗିରଫ କରିଥିଲା ।

ତେବେ ଧରା ପଡିବା ପୂର୍ବରୁ ସେ ବିଦେଶ ପଳାଉଥିଲା ବୋଲି ସୂଚନା ରହିଛି । ସତ୍ୟଜିତଙ୍କ ଠାରୁ ନଗଦ ୨ ଲକ୍ଷ ୧୦ ହଜାର ଟଙ୍କା, ୩ଟି କାର, ବୁଲେଟ ଜବତ ହୋଇଛି । ୩ ବ୍ୟାଙ୍କ ଆକାଉଣ୍ଟ ସିଜ, ବିବାହ ସମ୍ପର୍କିତ ଡକ୍ୟୁମେଣ୍ଟ ଜବତ ହୋଇଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.