ଘରୋଇ କଳିକୁ କେନ୍ଦ୍ର କରି ବଡ ବୋହୂର ନାକ କାଟିଲା ଶ୍ୱଶୁର

ଆଠଗଡ: ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଜୁଆଲ୍ ଭାଇରାଲ ହୋଇଥାଏ । ସେସବୁ ଭିତରୁ କିଛିଟା ସତ ହୋଇଥାଏ ତ ଆଉ କିଛି ଗୁଜବ ଥାଏ । କିନ୍ତୁ ଭାଇରାଲ୍ ଭିଡିଓ ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଥାଏ । ଏସବୁ ଭିତରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି । ଏଠି ବାପ ସମାନ ଶ୍ୱଶୁର ବିରୋଧରେ ବୋହୂ ଆଣିଛି ଅଭିଯୋଗ।

ଗୋଟେ ଝିଅର ବିବାହ ପରେ ତା ସ୍ୱାମୀ ଘରେ ବାପା ମାଙ୍କ ସ୍ଥାନ ନେଇଥାନ୍ତି ଶାଶୁ ଶ୍ୱଶୁର । ଏଇ ଦୁଇ ଜଣ ସବୁ ବୋହୂଙ୍କ ପାଇଁ ବହୁତ ଗୁରୁତ୍ୱ ବହନ କରିଥାନ୍ତି । ତେବେ ଆଜିକାଲି ସମାଜରେ ଶାଶୁ ବୋହୂ ସମ୍ପର୍କକୁ ନେଇ ଆମେ ଅନେକ ଘଟଣା ଦେଖିବାକୁ ପାଉଛେ, ହେଲେ ଏଠି ଶାଶୁ ବୋହୂ ନୁହେଁ ଶ୍ୱଶୁର ଆଉ ବୋହୂଙ୍କୁ ନେଇ ଘଟିଛି ଘଟଣା । ଶ୍ୱଶୁର ଆଉ ବୋହୂ ଭିତରର ମାମଲା ଆସି ପହଁଚିଛି ଥାନାରେ । ବୋହୂକୁ ଅତର୍କିତ ଆକ୍ରମଣ କରି ନାକ କାଟିଲା ଶ୍ୱଶୁର ।

ହଁ ଆଜ୍ଞା ଘରୋଇ କଳିକୁ କେନ୍ଦ୍ର କରି ନିଜର ବଡ ବୋହୂର ନାକ କାଟିଲା ଶ୍ୱଶୁର । ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁ ରେ ଘଟିଛି ଏଭଳି ଘଟଣା । କାନ୍ଦି କାନ୍ଦି ନାକେଦମ୍ ବୋହୂ । ସିଧା ଆସି ରାସ୍ତା ଉପରେ । ବୋହୂକୁ ଆହତ ଅବସ୍ଥାରେ ଧରିଛି ଖୋଦ୍ ଶ୍ୱଶୁର । ସାହି ଭାଇ ବି ପାଖରେ ଠିଆ ହୋଇଥିବା ଭିଜୁଆଲ୍ ରୁ ବାରି ହେଉଛି । ପାରିବାରିକ କଳହକୁ ନେଇ ଶ୍ୱଶୁର ବୋହୂ ଭିତରେ ହାତାହାତି । ତାପରେ ଶ୍ୱଶୁରର ଆକ୍ରମଣରେ ବୋହୂର ନାକରେ ଲାଗିଲା ଗଭୀର ଆଘାତ ।

ତେବେ ଏହି ଘଟଣା ପରେ ଥାନାରେ ଆସି ପହଁଚିଗଲା ବୋହୂ । ଶ୍ୱଶୁର ମାଡ ମାରି ଆହତ କରିଥିବା ନେଇ କାନ୍ଦି କାନ୍ଦି ଅଭିଯୋଗ କରିବା ପରେ ଦେଖନ୍ତୁ, ବୁଢା ଶ୍ୱଶୁରକୁ କେମିତି ଥାନା ଅଧିକାରୀଣି ତାଗିଦ୍ କରୁଛନ୍ତି । ଏଭଳି ଭାବେ ପୁନଶ୍ଚ ବୋହୂକୁ ଆଘାତ ନ ପହଁଚାଇବାକୁ ବାରଣ କରୁଛନ୍ତି । ଉଭୟଙ୍କୁ ବସାଇ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।

ଏପଟେ ଯାହା ସୂଚନା ମିଳିଛି କି, ପ୍ରାୟତଃ ସମୟ ଶ୍ୱଶୁର ଆଉ ବୋହୂ ଭିତରେ ଘରେ ତୁ ତୁ ମେ ମେ ଲାଗିରହିଥାଏ । ଯୁକ୍ତିତର୍କ କରିବାରେ ଉଭୟ ଶ୍ୱଶୁର ଆଉ ବୋହୂ କିଏ କାହାକୁ ଛାଡନ୍ତି ନାହିଁ । ହେଲେ କଥାରେ ଅଛି ଅତି ଲେମ୍ବୁ ଚିପୁଡିଲେ ପିତା । ତେଣୁ ପ୍ରତିଦିନ ଏଭଳି ଝଗଡା ହେଉଥିବାବେଳେ, ଆଜି ଟିକେ ଅଧିକ ହେଇଗଲା । ଯାହାର ପରିଣାମ ଏବେ ଆପଣଙ୍କ ସାମ୍ନାରେ । ତେବେ ଗୁରୁଡ଼ିଝାଟିଆ ମେଡିକାଲରେ ଚିକିତ୍ସା ପରେ ବୋହୂର ଅବସ୍ଥା ଠିକ୍ ଥିବାବେଳେ, ଥାନାରେ ଶଶୁରକୁ ଅଟକ ରଖାଯାଇଛି । ଅଧିକ ତଦନ୍ତ ଜାରି ରହିଥିବା ବେଳେ, ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି ।

nis-ad
Leave A Reply

Your email address will not be published.