ପିସିସି ସଭାପତି ନେଇ ତାରାଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ବର: ଏଥର ନିର୍ବାଚନରେ କଂଗ୍ରେସ ବହୁ ପଛରେ ଚାଲିଛି । ସେ ଭୋଟ ହେଉକି ନେତା ଚୟନ ସବୁଥିରେ ଫେଲ୍ ମାରିଛି କଂଗ୍ରେସ । ବହୁ କଳ୍ପନା ଜଳ୍ପନା ପରେ ଚଳିତ ବିଧାନସଭାର ପ୍ରଥମ ଅଧିବେଶନର ଦିନକ ପୂର୍ବରୁ ଓଡିଶା ପିସିସି ଭଙ୍ଗ କରିଥିଲା କଂଗ୍ରେସ । ଏହା ପରେ ରାମଚନ୍ଦ୍ର କାଡାମଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରିଥିଲା । ହେଲେ ଏବେ ପର୍ଯ୍ୟନ୍ତ ଓଡିଶା ପିସିସି ମୁଖିଆ କିଏ ହେବ ତାହା ଉପରୁ ପରଦା ହଟିନି । ପିସିସି ସଭାପତିଙ୍କ ରେସରେ ଅନେକ କଂଗ୍ରେସ ନେତା ଥିବା ବେଳେ ଏହାରି ଭିତରେ ଦିଲ୍ଲୀ ଯାଇ ଫେରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀ ପତି । ପିସିସି ସଭାପତି ନେଇ ତାରାଙ୍କୁ ପ୍ରଶ୍ନ କରାଯିବାରୁ କିଛି ବିସ୍ଫୋରକ ବୟାନ ଦେଇଛନ୍ତି ତାରା ।

ତେବେ ଏନେଇ ତାରା କହିଛନ୍ତି, କଂଗ୍ରେସ ବିଧାୟକ ଦଳ ନେତା ହେବାକୁ ମୋର ଅଧିକାର ଥିଲା, ହେଲେ କଲେନି । ଆଉ ଏବେ ପିସିସି ସଭାପତି ହେବା ପାଇଁ ମୋର ଇଚ୍ଛା ନାହିଁ । ହାଇକମାଣ୍ଡ ଯାହାକୁ ସଭାପତି କରିବେ ସେଥିରେ ତାରା ଖୁସି ହେବେ ବୋଲି କହିଛନ୍ତି । ଏହା ସହିତ ସେ ଏହା ବି କହିଛନ୍ତି, ପିସିସି ସଭାପତି ଦୌଡ଼ରେ ମୁଁ ନାହିଁ, କାହାକୁ ଅନୁରୋଧ କରି ମୋର ସଭାପତି ହେବାର ନାହିଁ ବୋଲି କହିଛନ୍ତି ତାରା ।

nis-ad
Leave A Reply

Your email address will not be published.