ୟୁପି ପରେ ପଞ୍ଜାବରୁ ଆସିପାରେ ଆଳୁ 

ୟୁପି ପରେ ପଞ୍ଜାବରୁ ଆସିପାରେ ଆଳୁ  । ରାଜ୍ୟରେ ଆଳୁ ସଙ୍କଟର ସମାଧାନ ପାଇଁ ଉତ୍ତରପ୍ରଦେଶ ପରେ ଦରକାର ପଡ଼ିଲେ ପଞ୍ଜାବରୁ ଅଣାଯିବ ଆଳୁ  । ଏହା କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେପଟେ ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ ପଚା ରହୁଥିବା ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ୟୁପି ଆଳୁ ପଚିବା କଥା ମିଛ । ଏହି ଆଳୁର ଗଣବତ୍ତା ଭଲ ରହୁଥିବା କହିଛନ୍ତି । ରାଜ୍ୟରେ କିଛି ଦିନ ହେଲା ଆଳୁ ସଙ୍କଟ ଦେଖାଯାଇଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ଆଳୁର ଦାମ ଉଚ୍ଚା ରହିଛି । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.