ଗଞ୍ଜାମ ଜିଲ୍ଲାର ବିରଳ କୃଷ୍ଣସାର ମୃଗ ପୁରୀ ବନାଞ୍ଚଳ କୁ ନେବା ପାଇଁ ମସୁଧା ……!


ଵ୍ରହ୍ମପୁର: ୩୦- ୭ ଗଞ୍ଜାମ ଜିଲ୍ଲା ବିରଳ କୃଷ୍ଣସାର ମୃଗ ସଂରକ୍ଷଣ ସମିତି ପକ୍ଷରୁ ଦକ୍ଷିଣ ଘୁମୁସର ବନାଞ୍ଚଳରୁ କୃଷ୍ଣସାର ମୃଗ ସ୍ଥାନାସ୍ତରିତକୁ ନେଇ ସାମ୍ବାଦିକ ସମ୍ମିଳନୀ l ଆସିକା ବହୁମୁଖୀ ସମବାୟ ସମିତି ସମ୍ମିଳନୀ କକ୍ଷରେ କୃଷ୍ଣସାର ମୃଗ ସଂରକ୍ଷଣ ସମିତିର ସଭାପତି ଅମୁଲ୍ୟ କୁମାର ଉପାଧ୍ୟାୟ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ l ରାଜ୍ୟ ସରକାରଙ୍କ ପକ୍ଷରୁ ଆସିକା ବନାଞ୍ଚଳ ରୁ ୦୮-୧୦ ଗୋଟି ମାଈ ଓ ଅଣ୍ଡିରା କୃଷ୍ଣସାର ମୃଗ ପୁରୀ ବନାଞ୍ଚଳ ର କୋଣାର୍କ ବାଲୁଖଣ୍ଡ ଅଭୟରଣ୍ୟ ଅଞ୍ଚଳକୁ ସ୍ଥାନାସ୍ତରିତ କରୁଥିବା ମସୁଧା କୁ ବିରୋଧ କରିଛି ଏହି ସମିତି l ମୃଗ ସରଂକ୍ଷଣ ସମିତି ଉପଯୁକ୍ତ ଯୁକ୍ତିଯୁକ୍ତ ତଥ୍ୟ ଉପସ୍ଥାପନ କରି ବିରୋଧ କରିଛନ୍ତି l କୃଷ୍ନସାର ମୃଗ ସ୍ଥାନନ୍ତରିତ ହେଉଥିବା ସ୍ଥାନଟି ସମୁଦ୍ର ଅଞ୍ଚଳ ହୋଇଥିବାରୁ ବଞ୍ଚିବା ସମ୍ଭବ ନୁହେଁ l ଏହି ପରିବେଶ ରେ ସେମାନଙ୍କ ପ୍ରିୟ ଖାଦ୍ୟ ଚଣା, ମୁଗ, ବିରି, ମାଣ୍ଡିଆ ଭଳି ଖାଦ୍ୟ ପ୍ରଯ୍ୟାପ୍ତ ପରିମାଣ ରେ ମିଳୁଛି l ସେଠାରେ ଏଭଳି ଖାଦ୍ୟ ପର୍ଯ୍ୟାପ୍ତ ପରିମାଣ ରେ ମିଳିବା ସମ୍ବବ ପର ନୁହେଁ l ପୂର୍ବରୁ ସେହି ଅଞ୍ଚଳରେ କୃଷ୍ଣ ସାର ମୃଗ ବିଚରଣ କରି ସେମାନଙ୍କ ସଂଖ୍ୟା ବୃଦ୍ଧି ନହୋଇ ବିଲୋପ ହୋଇଥିବା ନଜିର ରହିଛି l ଆମର ଏହି ବନାଞ୍ଚଳରେ ବର୍ଷକୁ କୃଷ୍ଣ ସାର ମୃଗବଂଶ ବିସ୍ତାର କରୁଛନ୍ତି l ଏଠିକାର ପାଣି ପବନ ସର୍ଵ ପରି ଜଳବାୟୁ ବଂଶ ବୃଦ୍ଧି ରେ ବିଶେଷ ସହାୟକ ହୋଇଛି l ପ୍ରାକୃତିକ ବିପର୍ଯୟ ସମୟରେ ପୁରୀ ବନାଞ୍ଚଳ ରୁ ଅନେକ କୃଷ୍ଣସାର ମୃଗ ମାରିବାର ଦେଖା ଗଲା କିନ୍ତୁ ଡାକ୍ତରୀ ରିପୋର୍ଟ କିଛି ନଥିବା ବେଳେ ଘୁମୁସର ବନାଞ୍ଚଳ ରେ ଅନେକ ବନ୍ୟା ବାତ୍ୟା ଆସିଥିଲେ ମଧ୍ୟ ମାତ୍ର ଦୁଇଟି ମୃଗ ମୃତ୍ୟୁ ହୋଇଥିଲେ ହେଁ ଶବ ବ୍ୟବଛେଦ ରିପୋର୍ଟ ଅଧିକାରୀ ପାଖରେ ରହିଛି l ରାଜ୍ୟ ସରକାର ଙ୍କ ଏଭଳି ତରବରିଆ ନିଷ୍ପତି କୁ ମୃଗ ସୁରକ୍ଷା ସମିତି ବିରୋଧ କରୁଛନ୍ତି l ସମିତି ଶୁଣିବାକୁ ପାଇଛି ଯେ ଅଳ୍ପ ଦିନ ମଧ୍ୟରେ ଗୋଟିଏ ରାଜ୍ୟ ସ୍ତରୀୟ ଟିମ ଆସି କିଛି କୃଷ୍ଣ ସାର ମୃଗ ନେବା ମସୁଧା କରୁଛନ୍ତି l ଏହା ଯଦି ସତ ହୁଏ ତେବେ ମୃଗ ସୁରକ୍ଷା ସମିତି ଏହାର ଘୋର ବିରୋଧ କରିବ ବୋଲି ସଭାପତି ଅମୂଲ୍ୟ ଉପାଧ୍ୟାୟ ପ୍ରକାଶ କରିଛନ୍ତି। ଆସିକା ଅଞ୍ଚଳରେ ଅବାଧ ରେ ବିଚରଣ କରୁଥିବା ଏହି ବିରଳ ଜାତୀର କୃଷ୍ଣସାର ମୃଗକୁ ଦେଖିବା ପାଇଁ ଦେଶ ବିଦେଶ ରୁ ବହୁ ପର୍ଯ୍ୟଟକ ଆସୁଛନ୍ତି। ଏଠାରେ ସରକାର ପକ୍ଷରୁ ସେମାନଙ୍କ ରକ୍ଷଣା ବାକ୍ଷଣ ପାଇଁ ଅର୍ଥ ଆସୁଥିଲେ ବି ଏଠାକାର ବାବୁ ମାନେ ବାଟମାରଣା କରୁଥିବା ରୀତିମତ ଚର୍ଚ୍ଚା ହୋଇ ଆସୁଛି। ଆଜି ର ଏହି ସାମ୍ବାଦିକ ସମ୍ମିଳନୀରେ ସମିତି ର ଅନ୍ୟତମ ସଦସ୍ୟ କୃଷ୍ଣ ଗୌଡ଼, ପ୍ରଶାନ୍ତ ପାଳ,କୃଷ୍ଣ ଚନ୍ଦ୍ର ମହାନ୍ତି, ୱାର୍ଡ ସଭ୍ୟ ବୁଲୁ ଗୌଡ଼ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.