ଦୁଇଦିନିଆ ଜୋନସ୍ତରୀୟ ଗଣିତ ଶିକ୍ଷକମାନଙ୍କ ପ୍ରଶିକ୍ଷଣ ଶିବିର

ଖଲ୍ଲିକୋଟ : ଖଲ୍ଲିକୋଟ ବ୍ଳକ ବାଉରି ଗଣ୍ଡପଲ୍ଲି ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଦୁଇ ଦିନିଆ ଜୋନସ୍ତରୀୟ ଗଣିତ ଶିକ୍ଷକମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଖୋର୍ଧା, ଗଞାମ, ନୟାଗଡ, ଗଜପତି ଜିଲ୍ଲାର ଗଣିତ ଶିକ୍ଷକ ମାନଙ୍କୁ ନେଇ ଅନୁଷ୍ଠିତ ଶିବିରରେ ଖଲ୍ଲିକୋଟ ଆର ସି ଏମ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ସ୍ବାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିବା ବେଳେ ବିଦ୍ୟାଳୟ ଅଧକ୍ଷ ପ୍ରମୋଦ କୁମାର ବେହେରା ସଭାପତିତ୍ବ କରିଥିଲେ। ଅନ୍ୟତମ ଅତିଥି ଭାବେ ଗଣିତ ମୁଖ୍ୟ କୃଷ୍ଣଚନ୍ଦ୍ର ତରାଇ ଉପସ୍ଥିତ ଥିଲେ।

ପ୍ରଥମ ଦିବସରେ ବିଭିନ୍ନ ପ୍ରଶିକ୍ଷଣ ବିଷୟରେ କବିସୂର୍ଯ୍ୟନଗର ଓଏଭି ଅଧକ୍ଷ ରବୀନ୍ଦ୍ର କୁମାର ପାଣିଗ୍ରାହୀ, ଭାଟକୁମାରଡ ଓ ଏ ଭି ଉପ ଅଧକ୍ଷ ଅମିତ୍ କୁମାର ସାମନ୍ତରାୟ ଏଵଂ ନୀମିନାର ମିନାକ୍ଷୀ ମହାପାତ୍ର ପ୍ରଶିକ୍ଷଣ ଦେଇଥିଲେ।ସେହିଭଳି ଦ୍ୱିତୀୟ ଦିବସରେ ପିତତାଳି ଓ ଏ ଭି ଉପ ଅଧକ୍ଷ ବିଶ୍ଵନାଥ ପାଢ଼ୀ ଏଵଂ ଜୋନାଲ ଅଧକ୍ଷ ଅରୁଣ କୁମାର ପଟେଲ ପ୍ରଶିକ୍ଷଣ ଦେଇଥିଲେ । କାର୍ଯକ୍ରମ ଶେଷରେ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ନୋଡାଲ ଅଧକ୍ଷ ଅରୁଣ କୁମାର ପଟେଲଙ୍କ ମାର୍ଗଦର୍ଶକରେ ଅନୁଷ୍ଠିତ ଶିବିରକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.