ରୁଜାଙ୍ଗୀ ହାଇସ୍କୁଲ ପରିସରରେ ବନଜ୍ୟୋସ୍ନା ସାହିତ୍ୟ ସଂସଦର ମାସାନ୍ତ ସାହିତ୍ୟ ଆସର

ଫୁଲବାଣୀ, ୨୭।୭ : ଓଡିଆ ଭାଷା,ସାହିତ୍ୟ,ସଂସ୍କୃତି,ପରମ୍ପରା ଓ ଐତିହ୍ୟ କୁ ନେଇ ପରିବର୍ଦ୍ଧିତ ଓଡିଆ ଅସ୍ମିତା କୁ ନେଇ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସଦ ବନଜ୍ୟୋସ୍ନା ତରଫରୁ ମାସାନ୍ତ ସାହିତ୍ୟ ଆସର ଫୁଲବାଣୀ ସଦର ବ୍ଳକ ସ୍ଥିତ ରୁଜାଙ୍ଗୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷିକା ଶ୍ରୀମତୀ ପ୍ରୀୟଦର୍ଶନୀ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ସାହିତ୍ୟ ଅନୁଷ୍ଠାନ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା,ଉପସଭାପତି ଶରତଚନ୍ଦ୍ର ମହାନ୍ତି,ବରିଷ୍ଠ ସଦସ୍ୟା କଳ୍ପନା ରାଣୀ ପାତ୍ର,ପ୍ରଣତି ତ୍ରିପାଠୀ ବିଦ୍ୟାଳୟ ସ୍ତରରୁ ଓଡିଆ ଭାଷାର ଉପାଦେୟତା ସମ୍ପର୍କିତ ଆଲୋଚନା କରିଥିଲେ । ସଙ୍ଗଠନ ସମ୍ପାଦକ ସୋମନାଥ ସାହୁ ଓ ସାଂସ୍କୃତିକ ସମ୍ପାଦିକା ମୁସ୍କାନ ସୁଆର ଓଡିଆ ଶିଶୁ ସାହିତ୍ୟ ର ବିଦ୍ୟାଳୟ ସ୍ତରରେ ରହିଥିବା ଉପଯୋଗିତା ସମ୍ପର୍କରେ ଆଲେଚନା କରିଥିଲେ । ମୁଖ୍ୟ ସମ୍ପାଦକ ଡକ୍ଟର କାହ୍ନୁ ଚରଣ ଶତପଥୀ ଓଡିଆ ଅସ୍ମିତା ଏବଂ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତିର ଉପାଦେୟତା ବିଷୟରେ ଆଲୋକପାତ କରି ସଭା କାର୍ଯ୍ୟ ସଂଯୋଜନା କରିଥିଲେ । ବିଦ୍ୟାଳୟର ଷ ଠାରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ କୁଇଜ୍ ଏବଂ ବକ୍ତୃତା ପ୍ରତିଯୋଗିତା କରାଯାଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ରୁଜାଙ୍ଗୀ ଉଚ୍ଚ ବିଦ୍ୟାଳୟ ପାଇଁ ସ୍ୱତନ୍ତ୍ର ପ୍ରମାଣ ପତ୍ର ଓ ଗ୍ରନ୍ଥାଗାର ପାଇଁ ବହୁ ଉପାଦେୟ ପୁସ୍ତକ ବନଜ୍ୟୋସ୍ନା ସାହିତ୍ୟ ସଂସଦ ତରଫରୁ ପ୍ରଦାନ କରାଯାଇଥିଲା । ସହକାରୀ ଶିକ୍ଷିକା ସରସ୍ୱତୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଙ୍ଗୀତ ଶିକ୍ଷକ ମନୋଜ ନାୟକ ଓ ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ସାହିତ୍ୟ ଆଲୋଚନା ଚକ୍ରରେ ଶିକ୍ଷିକା ଏ.ଲୀଜା ରାଣୀ ପାତ୍ର, ସୁଜାତା କହଁର ଅଂଶ ଗ୍ରହଣ କରିଥିବା ବେଳେ ଅନ୍ୟ ଶିକ୍ଷକ ଶିକ୍ଷିକା ଗଣ କାର୍ଯ୍ୟକ୍ରମ କୁ ମନଭରି ଉପଭୋଗ କରିଥିଲେ । ଆଗାମୀ ମାସରେ ଏଭଳି କାର୍ଯ୍ୟକ୍ରମ ଫୁଲବାଣୀ ସଦର ବ୍ଳକ ସ୍ଥିତ ଡୁଡୁକି ଉଚ୍ଚ ବିଦ୍ୟାଳୟରେ କରିବା ପାଇଁ ସ୍ଥିର ହୋଇଛି ।

nis-ad
Leave A Reply

Your email address will not be published.