ରାଜ୍ୟ ବାହାରେ କୁବେର ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ମଥୁରାରେ ରହିଛି ଦୁଇଟି ପ୍ଲଟ

ଭୁବନେଶ୍ୱର : କୁବେର ଯନ୍ତ୍ରୀଙ୍କ ରାଜ୍ୟ ବାହାରେ ଅମାପ ସମ୍ପତ୍ତି । ବଲାଙ୍ଗୀର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା । ଉତ୍ତରପ୍ରଦେଶ ମଥୁରାରେ ଆଉ ଦୁଇଟି ପ୍ଲଟ ମିଳିଛି । ଏହାକୁ ମିଶାଇ ପ୍ଲଟ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ଏହାସହ ୨ କୋଟି ୨୬ ଲକ୍ଷ ଟଙ୍କାର ଜମା ମିଳିଛି । ସୁନୀଲଙ୍କର ବ୍ୟାଙ୍କ, ପୋଷ୍ଟାଲ, ବୀମା ଓ ଅନ୍ୟ ଜମାର ଯାଞ୍ଚ କରାଯାଉଛି । ସପ୍ତଶଯ୍ୟାରେ ଥିବା ଫାର୍ମ ହାଉସର ଆକଳନ ହୋଇଛି । ଆଠ ଏକର ପରିମିତ ଫାର୍ମ ହାଉସରେ ୨ହଜାର ୧୨୩ ବର୍ଗ ଫୁଟ ପରିମିତ କୁକୁଡ଼ା ଫାର୍ମ ରହିଛି ।

ସେହିଭଳି ୨ ହଜାର ୫୫୦ ବର୍ଗ ଫୁଟ ଅଞ୍ଚଳରେ ରହିଛି ଗୁହାଳ । ଚଢଉ ବେଳେ ପ୍ରାୟ ୧୭୬ ଗ୍ରାମ ସୁନା, ନଗଦ ୨ ଲକ୍ଷ ୩୪ ହଜାର ଟଙ୍କା ଜବତ କରାଯାଇଛି । ସେହିପରି ସୁନୀଲଙ୍କର ୨ଟି ଟ୍ରକ, ୨ଟି ବେନାମୀ ଚାରି ଚକିଆ ଯାନ ଓ ୪ଟି ବାଇକ ଥିବା ଜଣାଯାଇଛି । ସେହିପରି ସୁନୀଲଙ୍କର ବ୍ୟାଙ୍କ, ପୋଷ୍ଟାଲ, ବୀମା ଓ ଅନ୍ୟ ଜମାର ଯାଞ୍ଚ କରାଯାଉଛି । ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବେ ସୁନିଲ କୁମାର ରାଉତ ଦୁଇ ବର୍ଷ ହେଲା କାର୍ଯ୍ୟରତ ଥିଲେ ।

nis-ad
Leave A Reply

Your email address will not be published.