ଗୋମାଂସ ବୋଝେଇ ଟ୍ରକ ଜବତ : ୧୨ ଟନ ରୁ ଉର୍ଦ୍ଧ ଗୋମାଂସ ଜବତ…

ଛତ୍ରପୁର, ୨୬ / ୭ ଛତ୍ରପୁର ସ୍ଥିତ ଡିଆରଡିଏ ଛକ ନିକଟରେ ଆଜି ସକାଳେ ଏକ ଗୋମାଂସ ବୋଝେଇ ଟ୍ରକ ଜବତ ହୋଇଛି । ଏହା କଟକରୁ ହାଇଦ୍ରାବାଦକୁ ଯାଉଥିବା ଜଣାପଡିଛି । ତେବେ ଏକ ଟ୍ରକ ଯୋଗେ ଗୋରୁ ମାଂସ ଯାଉଥିବା କୌଣସି ସୂତ୍ରରୁ ଜଣା ପଡ଼ିବା ପରେ ଛତ୍ରପୁରର ବଜରଙ୍ଗଦଳ ସଦସ୍ୟ ମାନେ ବହୁ ଚେଷ୍ଟା ଲଗାଇ ଗୋଡାଇ ଗୋଡାଇ ଛତ୍ରପୁର ଡିଆରଡିଏ ଛକ ନିକଟରେ ଏହାକୁ ଅଟକାଇ ଥିଲେ। ଏଥିରେ ପ୍ରାୟ ୧୨ ଟନର ଗୋମାଂସ ରଖାଯାଇଥିଲା । ଡ୍ରାଇଭର କୁ ଛତ୍ରପୁର ଥାନାକୁ ନେବା ପରେ ପୋଲିସ ଅଟକ ରଖି ପଚରା ଉଚରା କରୁଛି । ଏହି ଗୋମାଂସ କାରବାରର ମୁଖ୍ୟକୁ ତୁରନ୍ତ ଗିରଫ କରିବା ନେଇ ବଜରଙ୍ଗ ଦଳର ସଦସ୍ୟ ମାନେ ଦାବି କରିଛନ୍ତି । ସୂଚନା ଥାଉକି ପ୍ରାୟ ପ୍ରତ୍ୟେକ ଦିନ ଏହି ପରି ଗୋ ମାଂସ ବୋଝଇ ଗାଡି ଓଡିଶା ରୁ ପଡୋଶୀ ରାଜ୍ୟ କୁ ରପ୍ତାନି ହେଉଥିବା ସ୍ପଷ୍ଟ ହୋଇଛି କାରଣ କିଛି ଦିନ ତଳେ ଛତ୍ରପୁର ନିକଟ ପକୋଡ଼ିବନ୍ଧ ନିକଟରେ ମଧ୍ୟ ବଜରଙ୍ଗ ଦଳ ଗୋ ମାଂସ ବୋଝଇ ଟ୍ରକ କୁ ଅଟକାଇ ଥିବା ନଜିର ରହିଛି, କିନ୍ତୁ ପୋଲିସ ଏହି ଗୋ ମାଂସ ଚାଲାଣ କରୁଥିବା ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରିବାରେ ସକ୍ଷମ ହୋଇପାରିନି l

nis-ad
Leave A Reply

Your email address will not be published.