ମଣିପୁର ଓ ଜମ୍ମୁ-କଶ୍ମୀର ନଯିବାକୁ ନିଜ ନାଗରିକଙ୍କୁ ଆମେରିକାର ପରାମର୍ଶ

ନୂଆଦିଲ୍ଲୀ : ଆମେରିକା ଭାରତ ଭ୍ରମଣରେ ଯାଉଥିବା ନିଜ ନାଗରିକଙ୍କୁ ମଣିପୁର ଓ ଜମ୍ମୁ କଶ୍ମୀର ସହିତ ଭାରତ-ପାକ ସୀମାନ୍ତବର୍ତ୍ତୀ ଅଂଚଳ ଓ ଦେଶର ମଧ୍ୟ ଏବଂ ପୂର୍ବଭାଗକୁ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛି। ନକ୍ସଲ ପ୍ରଭାବିତ ଅଂଚଳଗୁଡିକୁ ମଧ୍ୟ ନ ଯିବାକୁ ପରାମର୍ଶ ଦେଇଛି। ଏକ ସଂଶୋଧିତ ଯାତ୍ରା ପରାମର୍ଶରେ ଆମେରିକାର ବୈଦେଶିକ ବିଭାଗ କହିଛି ଯେ, ଅପରାଧ, ଆତଙ୍କବାଦ ଓ ନକ୍ସଲବାଦ କାରଣରୁ ଭାରତରେ ଅଧିକ ସାବଧାନତା ଗ୍ରହଣ କରିବା ଉଚିତ। କିଛି ଦିନ ହେବ ଭାରତର କେତେକ ଅଂଚଳରେ ବିପଦ ବୃଦ୍ଧି ପାଇଛି। ଏହି ତାଲିକାରେ ଭାରତ ଦ୍ୱିତୀୟ ସ୍ଥରରେ ରହିଛି। କିନ୍ତୁ ଦେଶର ଅନେକ ସ୍ଥାନକୁ ୪ ନମ୍ବର ସ୍ଥରରେ ରଖାଯାଇଛି।
ସୂଚନା ଅନୁଯାୟୀ, ଆମେରିକାର ବୈଦେଶିକ ବିଭାଗ କହିଛି ଯେ ଆତଙ୍କବାଦ ଓ ନାଗରିକ ଅଶାନ୍ତି କାରଣରୁ କେନ୍ଦ୍ରଶାସିତ ଅଂଚଳ ଜମ୍ମୁ ଓ କଶ୍ମୀରରେ ଆକ୍ରମଣ ଆଶଙ୍କା କାରଣରୁ ଭାରତ-ପାକିସ୍ତାନ ସୀମାର ୧୦ କିଲୋମିଟର ଭିତରେ ନକ୍ସଲବାଦ, ଉଗ୍ରବାଦ କାରଣରୁ ମଧ୍ୟ ଓ ପୂର୍ବ ଭାରତର କିଛି ଅଂଚଳରେ ହିଂସା ଓ ଅପରାଧ କାରଣରୁ ମଣିପୁର ଯାତ୍ରାରୁ ଦୂରେଇ ରହିବା ଆବଶ୍ୟକ।

nis-ad
Leave A Reply

Your email address will not be published.