ବିନା ପଞ୍ଜୀକରଣରେ ଚାଲୁଥିବା ଗାଡ଼ି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ହ୍ରାସ ଓ ଯାତ୍ରୀ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ କଡ଼ାକଡ଼ି ନିୟମ ପାଳନ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତିା ଏହି ନିର୍ଦ୍ଦେଶ କ୍ରମେ ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତିା ବିନା ଫିଟନେସ ଓ ପଞ୍ଜୀକରଣ ସାର୍ଟିଫିକେଟରେ ରାସ୍ତାରେ ଚାଲୁଥିବା ଗାଡ଼ିଗୁଡ଼ିକ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛିା କେବଳ ଜରିମାନା ନୁହେଁ ଆଇନ ଅନୁଯାୟୀ ଏଣିକି ଗାଡ଼ିକୁ ଜବତ କରିବା, ମାମଲା ରୁଜୁ କରିବା ଭଳି ନିଷ୍ପତ୍ତି ନିଆଯାଇଛିା ସାରା ରାଜ୍ୟରେ ଫିଟନେସ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟାକୁ ବ୍ୟାପକ କରିବାକୁ ସମସ୍ତ ଉପପରିବହନ ଆୟୁକ୍ତ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛିା
କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୮ ଅନୁଯାୟୀ, ବାଣିଜ୍ୟିକ ଗାଡ଼ିଗୁଡ଼ିକ ନିମନ୍ତେ ବୈଧ ପଞ୍ଜୀକରଣ ଓ ଫିଟନେସ ସାର୍ଟିଫିକେଟ ଏବଂ ଅଣବାଣିଜି୍ୟକ ଗାଡ଼ିଗୁଡ଼ିକ ନିମନ୍ତେ ବୈଧ ପଞ୍ଜୀକରଣ(ରେଜିଷ୍ଟ୍ରେସନ) ସାର୍ଟିଫିକେଟ ବାଧ୍ୟତାମୂଳକା ଏହା ନ ଥିଲେ ଗାଡ଼ି ରାସ୍ତାରେ ଚାଲିବାକୁ ଅନୁମତିପ୍ରାପ୍ତ ନୁହୋଁ ବାରମ୍ବାର ସଚେତନତା ସତ୍ତେ୍ୱ କେତେକ ଗାଡ଼ି ମାଲିକ ଏହାର ଉଲ୍ଲଂଘନ କରୁଥିବା ଦୃଷ୍ଟିକୁ ଆସିଛିା ଏଭଳି ଗାଡ଼ିଗୁଡ଼ିକ ପାଇଁ ଅନେକ ସମୟରେ ଦୁର୍ଘଟଣା ଘଟିବାର ନଜିର ମଧ୍ୟ ରହିଛିା ବୈଧ ଫିଟନେସ ଓ ପଞ୍ଜୀକରଣ ସାର୍ଟିଫିକେଟ ବିନା ଗଡ଼ୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲେ ଇନସ୍ୟୁରାନ୍ସ କମ୍ପାନି ପକ୍ଷରୁ ବୀମାରାଶି ମଧ୍ୟ ପ୍ରଦାନ କରିବାର ନିୟମ ନାହିାଁ ତେଣୁ ସଡ଼କ ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ଗାଡ଼ିଗୁଡ଼ିକୁ ନିୟନ୍ତ୍ରଣ କରିବା ଓ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛିା ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନଅ ପଏଣ୍ଟ ବିଶିଷ୍ଟ ଗୁରୁତ୍ୱପୂର୍ଣ୍ଣ ସର୍କୁଲାର ଜାରି କରାଯାଇଛିା

nis-ad
Leave A Reply

Your email address will not be published.