ଆରମ୍ଭରୁ ବିରୋଧୀଙ୍କ କଡା ଆଭିମୁଖ୍ୟ, ତ୍ୟାଗ କଲେ ଗୃହ

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ଗୃହ ଆରମ୍ଭ ହେଉ ହେଉ ରାଜ୍ୟପାଳଙ୍କ ଅଭିଭାଷଣ ପୂର୍ବରୁ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇଯାଇଛି । ‘ଓଡିଆ ଅସ୍ମିତା’ ପ୍ରସଙ୍ଗ ଉଠାଇ ଗୃହ ତ୍ୟାଗ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ଦଳ ବିଧାୟକ । ଯାହା ଏଥର ବିଧାନସଭା ଲଢେଇ ଆକ୍ରମଣାତ୍ମକ ହେବ ବୋଲି ଆହ୍ବାନ ଦେଲେଣି ବିରୋଧି ।

ତେବେ ଗୃହ ଆରମ୍ଭରୁ ହିଁ ମୋହନ ସରକାରଙ୍କ ପ୍ରତି କଡା ଆଭିମୁଖ୍ୟ ଦେଖାଇଛନ୍ତି ବିରୋଧୀ । ଉଭୟ କଂଗ୍ରେସ ଓ ବିଜେଡି କକ୍ଷ ତ୍ୟାଗ କରିଛନ୍ତି । ଯାହା ଜଣାପଡୁଛି ସୁପ୍ରିମୋଙ୍କ ଗୁରୁମନ୍ତ୍ରକୁ ପାଳନ କରୁଛି ଦଳ । ଆରମ୍ଭରୁ ହିଁ ‘ଓଡିଆ ଅସ୍ମିତା’କୁ ଅସ୍ତ୍ର କରି ସରକାରଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ପ୍ରଥମେ ଗୃହରେ ବିଧାୟକମାନଙ୍କର ଜୟ ଶ୍ରୀରାମ ଏବଂ ଜୟ ଜଗନ୍ନାଥ ନାରା ଶୁଣିବାକୁ ମିଳିଥିଲା। ପରେ ‘ଓଡ଼ିଆ ଅସ୍ମିତା’ ପ୍ରସଙ୍ଗ ଉଠାଇ ବିଜେଡି ଓ କଂଗ୍ରେସ ବିଧାୟକ ପ୍ରତିବାଦ କରିଥିଲେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଛିଡା ହୋଇ ପ୍ରତିବାଦ କରିଥିଲେ। ଏହା ସହିତ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି ପ୍ରତିବାଦ କରିଥିଲେ । ଶେଷରେ ରାଜ୍ୟପାଳଙ୍କ ଅଭିଭାଷଣ ଚାଲିଥିବା ସମୟରେ ବିରୋଧୀ କକ୍ଷତ୍ୟାଗ କରିଥିଲେ ।

ତେବେ କହିରଖୁଛୁ, ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ସେମାବାର ବସିଛି ବିଧାନସଭାର ପ୍ରଥମ ଅଧିବେଶନ । ସେପଟେ ୨୪ ବର୍ଷର ସରକାର ବିରୋଧୀ ଗାଦିରେ ।  ତେଣୁ ଏହି ୨୭ ଦିନିଆ ବିଧାନସଭା ବେଜେଟ୍  ଅଧିବେଶନ ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପଟେ ବିଜେପି ସରକାରକୁ କିପରି ଘେରିବ ସେନେଇ ରଣନୀତି ପ୍ରସ୍ତୁତ କରିସାରିଛି ବିଜେଡି । ବିଜେଡି ବିଧାୟକ ଦଳ ବୈଠକରେ ବିଧାନସଭାରେ ସବୁ ପ୍ରସଙ୍ଗ ନେଇ କଡାଗଣ୍ଡା ଉତ୍ତର ଆଦାୟ କରିବାକୁ ନିଜର ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ଯେଉଁ ‘ଓଡିଆ ଅସ୍ମିତା’ କୁ କେନ୍ଦ୍ର କରି ବିଜେପି ଗାଦି ହାସଲ କଲା ସେହି ଓଡିଆ ଅସ୍ମିତାକୁ ପ୍ରସଙ୍ଗ କରି ପୁଣି ଓଲଟା ବାର୍ କରିବାକୁ ନିଜ ବିଧାୟକଙ୍କୁ ମନ୍ତ୍ରଣା ଦେିଚନ୍ତି ସୁପ୍ରିମୋ ।  ଯାହାକୁ ବିଧାୟକମାନେ ପୂରା ଫଲୋ କରୁଥିବାର ଦୃଶ୍ୟ ଆଜି ଗୃହ ଆରମ୍ଭରୁ ଦେଖିବାକୁ ମିଳିଛି । ସେପଟେ ଏହାକୁ ପୂରା ସମର୍ଥନ ଦେଉଛି କଂଗ୍ରେସ ଦଳ ।

nis-ad
Leave A Reply

Your email address will not be published.