ଆସନ୍ତାକାଲିଠୁ ବିଧାନସଭା, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି

ଭୁବନେଶ୍ଵର: ଆସନ୍ତା କାଲିଠାରୁ ଆରମ୍ଭ ହେବକୁ ଯାଉଛି ସପ୍ତଦଶ ବିଧାନସଭା। ଆସନ୍ତାକାଲି ବିଧାନସଭାର ବଜେଟ୍ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ। ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତା ୨୫ ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ କରାଯିବ। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନ କରିବେ।

ଅନ୍ୟପଟେ ସପ୍ତଦଶ ବିଧାନସଭା ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଡିଜିପି ଅରୁଣ ଷଡଙ୍ଗୀ । ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ। ମାଷ୍ଟର କ୍ୟାଣ୍ଟିନରୁ ବିଧାନସଭା ପୂରା ଅଞ୍ଚଳ ସିସିଟିଭିରେ ରହିବ। ସେହିପରି ବିଧାନସଭାର ପ୍ରବେଶ ଓ ପ୍ରସ୍ଥାନ ପଥରେ ରହିବେ ସଶସ୍ତ୍ର ବାହିନୀ।

ଡିସିପି ପ୍ରତୀକ ସିଂହଙ୍କ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା ପରିଚାଳିତ ହେବ । ସୁରକ୍ଷା ବ୍ୟବସ୍ଥାରେ ୨ ସେକ୍ସନ କ୍ୟୁଆରଟି ଟିମ୍‌, ୨ ୟୁନିଟ୍‌ ଏସ୍‌ଟିୟୁ, ଡଗ୍‌ ସ୍କ୍ୱାଡ୍‌ ଓ ବମ୍‌ ସ୍କ୍ୱାଡ୍‌ ମଧ୍ୟ ସାମିଲ ହେବେ ।ବିଧାନସଭା ଚାଲୁଥିବା ସମୟରେ ଯାନବାହନ ଚଳାଚଳ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଧାନସଭା ସଂଲଗ୍ନ ରାସ୍ତାରେ କଟକଣା ଜାରି କରାଯାଇଛି । ଅର୍ବାନ ପୁଲିସ୍‌ ଆକ୍ଟରେ ପୁଲିସ୍‌ କିଛି ରାସ୍ତାକୁ ବନ୍ଦ କରିବ ।

nis-ad
Leave A Reply

Your email address will not be published.