ମହାରାଷ୍ଟ୍ରରେ ହେବକି ଓଲଟପାଲଟ ? ଅଜିତ ପାଓ୍ବାରଙ୍କ ବୈଠକରେ ପହଞ୍ଚିଲେ ଶରଦ ପାଓ୍ବାର

ପୁଣେ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ନୂଆ ରୂପ ନେଇପାରେ । ରାଜନୀତିରେ ନିଜ ଦାଦା ଶରଦ ପାୱାରଙ୍କ ସହ ସମ୍ପର୍କ ଛିନ୍ନ କରିଥିବା ଅଜିତ ପାୱାର ନିରନ୍ତର ଚର୍ଚ୍ଚାରେ ରହିଛନ୍ତି। ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି- ବିଧାନସଭା ନିର୍ବାଚନ-୨୦୨୪ ପୂର୍ବରୁ ପାୱାର ପରିବାର ଏକାଠି ହେବେ କି? ମହାରାଷ୍ଟ୍ରରେ ଅଜିତ ପାୱାର ଓ ଶରଦ ପାୱାରଙ୍କୁ ନେଇ କଳ୍ପନାଜଳ୍ପନା ଜାରି ରହିଛି । ଏସବୁ ଭିତରେ ପୁତୁରା ଅଜିତ ପାୱାରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଶରଦ ପାୱାର ଯୋଗ ଦେଇଥିଲେ। ଏହି ବୈଠକରେ ସୁପ୍ରିୟା ସୁଲେ ମଧ୍ୟ ଉପସ୍ଥିତ ଥିଲେ।
ଶନିବାର ପୁଣେ ଜିଲ୍ଲା ଉନ୍ନୟନ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା ଅଭିଭାବକ ମନ୍ତ୍ରୀ ଅଜିତ ପାୱାର ଅଧ୍ୟକ୍ଷତା କରିଥିଲେ। ଏନସିପି (ଶରଦ ଗୋଷ୍ଠୀ) ସୁପ୍ରିମୋ ତଥା ବରିଷ୍ଠ ନେତା ଶରଦ ପାୱାର ମଧ୍ୟ ଏହି ବୈଠକରେ ଯୋଗ ଦେବା ପାଇଁ ପହଞ୍ଚିଥିଲେ। ଶରଦ ପାୱାର ମଧ୍ୟ ବିଭାଗୀୟ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାବ୍ୟତୀତ ଅଞ୍ଚଳର ସମସ୍ତ ବିଧାୟକ ତଥା ସାଂସଦ ସୁପ୍ରିୟା ସୁଲେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.