ମିଲ୍ ମାଲିକଙ୍କୁ କିଡନାପ ଘଟଣାର ପର୍ଦ୍ଦାଫାସ୍, ୭୦ ଲକ୍ଷ ମାଗିଥିଲେ ଆଉ ୨୫ ଲକ୍ଷ ନେଇ ଧରାପଡିଲେ

ଜୟପୁର : କୋରାପୁଟ ଜିଲ୍ଲା ବୋରିଗୁମ୍ମା ମିଲ ମାଲିକ ଏ. ରମେଶ ପାତ୍ର ଅପହରଣର ଖୁଲାସା କରିଛି କୋରାପୁଟ ପୋଲିସ । ବୋରିଗୁମ୍ମାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରମେଶଙ୍କ ଅପହରଣ ଘଟଣା ପଛର ରହସ୍ୟ ସମ୍ପର୍କରେ କହିଛନ୍ତି କୋରାପୁଟ ଏସପି ଅଭିନବ ସୋନାକାର l ଟଙ୍କା କେଇଟା ପାଇଁ ନିଜ ମାଲିକକୁ କିଡନାପ କରାଇଥିଲା କର୍ମଚାରୀ । ୭୦ ଲକ୍ଷ ମାଗିଥିଲେ ଆଉ ୨୫ ଲକ୍ଷ ଦେଇ ମୁକୁଳିଲେ ମାଲିକ । ସେହି ୨୫ ଲକ୍ଷର ସୂତ୍ରଧର ଧରା ପକେଇ ଦେଲା ଅପହରଣକାରୀଙ୍କୁ । ତେବେ ଦୁଇ ଦିନ ଭିତରେ ଅପହରଣକାରୀଙ୍କୁ ପୋଲିସ୍ ମାଡ଼ି ବସିଛି ।

ଘଟଣାର ୫ଦିନ ଭିତରେ ଅପରାଧୀଙ୍କୁ କବଜାକୁ ଆଣିଛି ପୋଲିସ । ଅପହରଣକାରୀଙ୍କ ଠାରୁ ଦୁଇଟି କାର, ଗୋଟିଏ ପଲସର୍, ଦୁଇଟି ନାଇନ୍ ଏମଏମ ପିସ୍ତଲ ସହ ଗୋଟିଏ ଟୟ ପିସ୍ତଲ ଜବତ କରିଛି । ତା ସହିତ ଅଛି ୩ଟି ଖୋକା, ୧୨ଟି ଅଫୁଟାଗୁଳି, ୩ଟି ଖଣ୍ଡା ସହ ନଗଦ ୨୪ଲକ୍ଷ ୮୫ ହଜାର ଟଙ୍କା ଜବତ କରିଛି ବୋରିଗୁମ୍ମା ପୋଲିସ । ଘଟଣାରେ ୧୩ ଜଣଙ୍କୁ ଗିରଫ କରିଥିବା ବେଳେ ଏଥିରେ ତିନି ଜଣ ମହିଳା ମଧ୍ୟ ସଂପୃକ୍ତ ଥିବା ଜଣା ପଡିଛି । ଅଭିଯୁକ୍ତଙ୍କ ଠାରୁ ୧୩ଟି ମୋବାଇଲ ମଧ୍ୟ ଜବତ ହୋଇଛି । ଏମାନଙ୍କ ମଧ୍ୟରେ ୮ଜଣ ପେସାଦାର ଅପରାଧୀ ବୋଲି ସ୍ପଷ୍ଟ କରିଛନ୍ତି କୋରାପୁଟ ଏସପି ଅଭିନବ ସୋନକାର ।

nis-ad
Leave A Reply

Your email address will not be published.