ଛତ୍ରପୁର : ଛତ୍ରପୁର ପଞ୍ଚାୟତ ସମିତିରେ ଭତ୍ତା ଟଙ୍କା ବଣ୍ଟନରେ ଅନିୟମିତତା ଦେଖାଦେଇଛି l ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମପଞ୍ଚାୟତର ଅଗସ୍ତିନୂଆଗାଁ ଗ୍ରାମର ଅନୁଛାୟା ପଣ୍ଡାଙ୍କ ୧୦ ମାସର ବିଧବା ଭତ୍ତା ଟଙ୍କା ମିଳିନାହିଁ l ସେହିପରି ଲକ୍ଷ୍ମୀ ପଲେଇ ଙ୍କ ୨ ମାସର ଟଙ୍କା ମିଳିନାହିଁ l ଏଠି ବିଡମ୍ବନାର ବିଷୟ ହେଉଛି ସ୍ଵାମୀଙ୍କ ମୃତ୍ୟୁ ପରେ ଅନୁଛାୟା ପଣ୍ଡା ନିଜର ଭତ୍ତା ପାଇଁ ଛତ୍ରପୁର ବ୍ଳକ୍ ରେ ଆବେଦନ କରିଥିଲେ l ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦/୦୧/୨୦୨୨ ମସିହାରେ ଅନୁମୋଦନ ହୋଇ ଆସିଲା,କିନ୍ତୁ ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମନମୁଖୀ, କାର୍ଯ୍ୟ ଅବହେଳିତ ପାଇଁ ଅନୁଛାୟା ପଣ୍ଡା ୧୦ ମାସର ବିଧବା ଟଙ୍କା ପାଇଲେ ନାହିଁ l ୧୧ ମାସ ଠାରୁ ଭତ୍ତା ପାଉଛନ୍ତି l
ଏଠି ପ୍ରଶ୍ନ ଉଠୁଛି ତାହା ହେଲେ ୧୦ ମାସର ଟଙ୍କା ଖାଇଲା କିଏ ? ଭତ୍ତା ଅନୁମୋଦନ ପରେ ହିତାଧିକାରୀଙ୍କୁ ଅବଗତ କରାଗଲା ନାହିଁ କାହିଁକି ? ହିତାଧିକାରୀ ଅଧିକାରୀଙ୍କୁ ପଚାରିଲେ କହୁଛନ୍ତି ଆମେ ଦେଇପାରିବୁ ନାହିଁ l ସେହିପରି ଲକ୍ଷ୍ମୀ ପଲେଇଙ୍କ ବାର୍ଦ୍ଧକ୍ୟ ଭତ୍ତା ୦୧/୦୮/୨୦୨୩ ମସିହାରେ ଅନୁମୋଦନ ହେଲା କିନ୍ତୁ ୩ ମାସର ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ମିଳିଲା ନାହିଁ l ତାହା ହେଲେ ଏ ତିନିମାସର ଭତ୍ତା ଟଙ୍କା ଚଳୁ କଲା କିଏ ? କିଛି ଅବହେଳିତ ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀଙ୍କ ପାଇଁ ଗରିବ ବୃଦ୍ଧ, ବୃଦ୍ଧା ଓ ବିଧବା ମାନେ ନିଜ ଅଧିକାରରୁ ବଞ୍ଚିତ ରହିଛନ୍ତି l ଏ ନେଇ ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଆମେ ଟଙ୍କା ବାଣ୍ଟିବା ପାଇଁ ଦେଇଛୁ, କିନ୍ତୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ କାହାକୁ ଦେଲେ ନ ଦେଲେ ତାହାର ରିପୋର୍ଟ ଆମକୁ ଦେଇନାହାନ୍ତି l ଆମେ ମଧ୍ୟ ପଞ୍ଚାୟତ ସ୍ତରକୁ ଯାଇ ସମାଧାନ କରିବା ପାଇଁ ଚେଷ୍ଟା କରୁଛୁ, କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ସମାଧାନ କରିନାହାନ୍ତି l