ବିଗିଡ଼ିଗଲା କେ.କବିତାଙ୍କ ସ୍ବାସ୍ଥ୍ୟାବସ୍ଥା, ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ : ଦିଲ୍ଲୀ ମଦନୀତି ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ. କବିତାଙ୍କ ସ୍ୱାସ୍ଥ୍ୟାବସ୍ଥା ମଙ୍ଗଳବାର (ଜୁଲାଇ ୧୬) ହଠାତ୍ ଖରାପ ହୋଇଯାଇଛି। ସଙ୍ଗେ ସଙ୍ଗେ ଆକ୍ସନ ମୋଡରେ ଆସି ତିହାର ପ୍ରଶାସନ କବିତାଙ୍କୁ ଦିଲ୍ଲୀର ଡିଡିୟୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ତେବେ ନିର୍ଦ୍ଦିଷ୍ଟଭାବେ ତାଙ୍କୁ କାହିଁକି ଡାକ୍ତରଖାନା ନିଆଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ବିଆରଏସ ନେତା କେ. କବିତାଙ୍କୁ ଚଳିତ ବର୍ଷ ମାର୍ଚ୍ଚ ୧୫ରେ ଗିରଫ କରାଯାଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା। ଏହା ପୂର୍ବରୁ ପର ମାସରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ତାଙ୍କ ତିହାର ଜେଲରେ ରଖାଯାଇଥିଲା । ଏବେ ସେ ଉଭୟ ଇଡି ଓ ସିବିଆଇର ନ୍ୟାୟିକ ହେପାଜତରେ ଅଛନ୍ତି । ଗତ ମାସରେ ସିବିଆଇ ତାଙ୍କୁ ଜେଲରେ ପଚରାଉଚୁରା କରିଥିଲା ଓ ବୁଚିବାବୁଙ୍କ ସହ ତାଙ୍କର ହ୍ବାଟ୍ସଆପ୍ ଚାଟ ସଂପର୍କରେ ଜେରା କରିଥିଲା ।

ଏହାର ୬ ଦିନ ପରେ ଅର୍ଥାତ୍ ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ନିକଟରେ କେଜ୍ରିଓ୍ବାଲଙ୍କୁ ଇଡି ହେପାଜତରୁ ଜାମିନ ମିଳିଥିବାବେଳେ ସିବିଆଇ ଗିରଫଦାରିରୁ ଜାମିନ ମିଳିନଥିବାରୁ ସେ ଜେଲରେ ଅଛନ୍ତି ।

nis-ad
Leave A Reply

Your email address will not be published.